ମହଙ୍ଗା ପଡିଲା ରାଗିଂ : କଲେଜରୁ ବହିଷ୍କୃତ ହେଲେ ଭିଡିଓରେ ଥିବା ୧୨ ଛାତ୍ରଛାତ୍ରୀ; ୫ ଜଣ କୋର୍ଟ ଚାଲଣ

188

କନକ ବ୍ୟୁରୋ : ବ୍ରହ୍ମପୁରର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ସମୟର ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ । ରାଗିଂରେ ସମ୍ପୃକ୍ତ ଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କୁ କଲେଜରୁ ବହିଷ୍କାର କରାଯାଇଛି । ଏମାନଙ୍କ ମଧ୍ୟରେ ୮ ଜଣ ଛାତ୍ର ଓ ୪ ଜଣ ଛାତ୍ରୀ ରହିଛନ୍ତି । ଅନ୍ୟପଟେ ୩ ଜଣ ସାବାଳକ ଓ ୨ ଜଣ ନାବାଳକଙ୍କୁ ପୁଲିସ ଧରିବା ପରେ କୋର୍ଟଚାଲାଣ କରାଯାଇଛି ।

ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡକୁ ପଠାଇ ଦିଆଯିବ । ଯୁକ୍ତ ୨ରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଏମାନେ ରାଗିଂ କରୁଥିବାର ଦୃଶ୍ୟ କଏଦ ହୋଇଥିଲା । ଏହା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କଲେଜ କର୍ତ୍ତୃପକ୍ଷ । ପୂର୍ବରୁ କଲେଜ ଅଧ୍ୟକ୍ଷାଙ୍କ ଅଧ୍ୟକ୍ଷତାରେ ଆଂଟି ରାଗିଂ କମିଟି, ଶୃଙ୍ଖଳା କମିଟିର ବୈଠକ ବସିଥିଲା । ଭିଡିଓରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ କଲେଜରୁ ଟିସି ଦେଇ ବାହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।