ମୋଦିଙ୍କ ସଭାକୁ ପାଣି ପାଉଚ୍ ଓ ପାଣି ବୋତଲ ନେବା ମନା । ସୁରକ୍ଷା ଦୃଷ୍ଟିରୁ କଟକଣା ଲଗାଇଲା ପୋଲିସ୍

244

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ସଭାକୁ ପାଣି ବୋତଲ ମନା । ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲି ଖୋର୍ଦ୍ଧାରେ ଆୟୋଜିତ ହେବାକୁ ଥିବା ମୋଦିଙ୍କ ସଭାକୁ ପାଣି ବୋତଲ ଓ ପାଣି ପାଉଚ୍ ନେବା ଉପରେ କଟକଣା ଲଗାଇଛି ପୋଲିସ୍ । ଏହା ସହିତ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ଗାଡି ପାର୍କିଂ ପାଇଁ ସଭାସ୍ଥଳ ପୂର୍ବରୁ ୪ଟି ସ୍ଥାନକୁ ଚିହ୍ନଟ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୪୫ପ୍ଲାଟୁନ ଫୋର୍ସ ମୂତୟନ କରାଯିବ । ଏବଂ ୪ଜଣ ଏସପି,୩୦ ଡିଏସପି ଓ ୪ଅତିରିକ୍ତ ଏସପି ସୁରକ୍ଷା ବ୍ୟବସ୍ଥା ଉପରେ ପୁରା ନଜର ରଖିବେ ।

 

ଖୋର୍ଦ୍ଧାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରାଂଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶିୀ । କାଲି ଦିନ ୧ଟା ୫ମିନିଟରେ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ ନରେନ୍ଦ୍ର ମୋଦି । ସେଠାରୁ ହେଲିକପ୍ଟର ଯୋଗେ ୧ଟା ୪୦ରେ ଭୁବନେଶ୍ୱର ଆଇଆଇଟି ଯିବେ ।

୧ଟା ୪୦ରୁ ୨ଟା ୨୦ ମିନିଟ ମଧ୍ୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ତା’ପରେ ଖୋର୍ଦ୍ଧା ନାଇଜର ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଅପରାହ୍ନ ୪ଟାରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି । ଦିନିକିଆ ଓଡିଶା ଗସ୍ତ ବେଳେ ୧୪ହଜାର ୫୨୩ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ।