ବିକାନେର ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ: ଟ୍ରାକରୁ ଖସିଗଲା ୪ରୁ ୫ଟି ବଗି

142

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିକାନେର ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ । ଟ୍ରାକରୁ ଖସିଗଲା ୪ରୁ ୫ଟି ବଗି । ପାଟନାରୁ ଗୌହାଟୀ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ । ପଶ୍ଚିମବଙ୍ଗ ଜଲପାଇଗୁଡିର ମୈନାଗୁଡିଠାରେ ଲାଇନଚ୍ୟୁତ । ଦୁର୍ଘଟଣାରେ ଏଯାଏଁ ଆହତଙ୍କ ସ୍ପଷ୍ଟ ସୂଚନା ମିଳିନାହିଁ । କିଛି ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଏବେ ବି ଜାରି ରହିଛି ଉଦ୍ଧାର କାମ ।