ଝାରୁସୁଗୁଡାରେ ଅଭାବନୀୟ ଘଟଣା: ଖେଳୁଥିବାବେଳେ ୩ ବର୍ଷର ଶିଶୁ ପାଟିରେ ପଶିଲା ଫ୍ରାଏ ଫ୍ୟାନ ହ୍ୟାଣ୍ଡେଲ, ଅପରେସନ ଥିଏଟରରେ କାଢ଼ିଲେ ଡାକ୍ତର

28

କନକ ବ୍ୟୁରୋ: ଝାରୁସୁଗୁଡାରେ ଅଭାବନୀୟ ଘଟଣା । ଖେଳୁଥିବାବେଳେ ଜଣେ ତିନି ବର୍ଷ ଶିଶୁର ମୁହଁରେ ପଶିଯାଇଛି ଫ୍ରାଏ ପ୍ୟାନ । ଲଖନପୁର ବ୍ଲକ ଅନ୍ତର୍ଗତ ସାହାଜବାହାଲ ଗାଁର ଆୟୁଷ ଗୁରୁ ନିଜ ମାମୁଁ ଘର କୋଲବିରା ଅନ୍ତର୍ଗତ ପତ୍ରାପାଳିକୁ ବୁଲିବାକୁ ଆସିଥିଲେ । ଗତକାଲି ସାଙ୍ଗମାନଙ୍କ ସହିତ ଖେଳୁଥିବାବେଳେ ମୁହଁରେ ପ୍ୟାନ ପଶିଯାଇଥିଲା । ଘଟଣା ପରେ ଶିଶୁକୁ ସାଙ୍ଗେ ସାଙ୍ଗେ ଝାରୁସୁଗୁଡା ଡାକ୍ତରଖାନା ନିଆଯାଇଥିଲା । ପରେ ଶିଶକୁୁ ଏକ ଘରୋଇ ନର୍ସିଂହୋମ ନିଆଯାଇ ଅସ୍ତ୍ରୋପଚାର କରାଯାଇ ଏହାକୁ ବାହାର କରାଯାଇଛି ।

ସୂଚନା ମୁତାବକ, ଗତକାଲି ଅପରାହ୍ନରେ ଅମିତ ଖେଳୁଥିବା ବେଳେ ଏକ ଲମ୍ବା ହ୍ୟାଣ୍ଡେଲ ଲାଗିଥିବା ଫ୍ରାଏପେନକୁ ପାଟି ଭିତରେ ପୁରାଇ ଦେଇଥିଲା। ଫଳରେ ଏହା ପାଟି ଭିତରେ ଫସି ଯାଇଥିଲା। ବହୁ ଚେଷ୍ଠା କରିବା ପରେ ମଧ୍ୟ ଏହା ନବାହାରିବାରୁ ପରିବାର ଲୋକେ ତାକୁ ଝାରସୁଗୁଡ଼ା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତରମାନେ ବହୁ ଉଦ୍ୟମ କରି ମଧ୍ୟ ଫ୍ରାଏପେନକୁ ପାଟିରୁ ବାହାର କରିପାରି ନଥିଲେ।

ତେବେ ଡାକ୍ତରଖାନା କର୍ତ୍ତୃପକ୍ଷ ଏଥିରେ ବଡ଼ ଅସ୍ତ୍ରୋପଚାର ଆବଶ୍ୟକ କହି ବୁର୍ଲା ସ୍ଥାନାନ୍ତର କରି ଦେଇଥିଲେ। ଖବର ଲେଖାଯିବା ବେଳକୁ ପିଲାଟିକୁ ତାଙ୍କ ପରିବାର ଲୋକେ ଝାରସୁଗୁଡ଼ାସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିବା ଜଣାଯାଇଛି।

ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଅପରେସନ କରାଯିବା ପରେ ଅମିତର ପାଟିରୁ ଫ୍ରାଏପେନ୍ ହ୍ୟାଣ୍ଡେଲ ବାହାର କରାଯାଇଛି। ଅମିର ସ୍ୱାସ୍ଥ୍ୟ ସ୍ଥିର ଅଛି। ଖୁବ୍ ଶୀଘ୍ର ସେ ଭଲ ହୋଇଯିବ ବୋଲି ଡାକ୍ତର କହିଛନ୍ତି।