କେତେ ବାସ୍ତବ ସରକାରୀ ଯୋଜନା ? ଅବ୍ୟବସ୍ଥା ଘେରରେ ପଦାରେ ପଡିଲା ଦାରିଦ୍ରତା, ବଳଦ ବଦଳରେ ଲଙ୍ଗଳ ଟାଣିଲେ ଦୁଇ ପୁଅ ।

46

ଚାଷ ପାଇଁ କେନ୍ଦ୍ର ସରକାର ଯୋଜନା ପରେ ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଏହି ଯୋଜନାମାନ କେତେ ମାତ୍ରାରେ କାର୍ଯ୍ୟକାରୀ ହେଉଛି ତାକୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ । ଫିଲ୍ମ ଜଗତର ମିଛ କାହାଣୀ ବେଳେବେଳେ ବାସ୍ତବ ଜୀବନରେ ମଧ୍ୟ ପ୍ରତିଫଳିତ ହୋଇଥାଏ । ହିନ୍ଦୀ ଫିଲ୍ମ ମଦର ଇଣ୍ଡିଆ ଭଳି ବିହାର ସାରଣ ଜିଲାରେ ଘଟିଛି ଏକ ଘଟଣା । ୧୯୫୭ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ରାଧା ନାମକ ଚରିତ୍ର ବଳଦ ବଦଳରେ ନିଜେ ଲଙ୍ଗଳ ଟାଣୁଥିବାର ଦେଖିବାକୁ ମିଳିଥିଲା ।

ଆଉ ଠିକ ସେହିପରି ମୁଫସିଲ୍ ଥାନା ଅନ୍ତର୍ଗତ ମଖଦୁମଗଞ୍ଜ ଗାଁରେ ଜବାହର ରାୟ ନାମକ ଜଣେ କୃଷକ ଅର୍ଥ ଅଭାବରୁ ଜମି କିଭଳି ଚାଷ ହେବ ସେ ନେଇ ଚିନ୍ତାରେ ପଡ଼ିଥିବାବେଳେ ତାଙ୍କ ଦୁଇ ପୁଅ ଅମର ଓ ରଞ୍ଜିତ ବଳଦ ବଦଳରେ ଲଙ୍ଗଳ ଟାଣିବା ପାଇଁ ମା’ ଲିଳାବତୀଙ୍କୁ କହିଥିଲେ । ଜବାହର ପୁଅଙ୍କୁ ଧରି ଚାଷ ଜମିରେ ଆରମ୍ଭ କରିଥିଲେ ଚାଷ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ବିଭିନ୍ନ ବର୍ଗର ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।