ଭୁବନେଶ୍ୱରରେ ପଶିଲା ହାତୀ : ରାତିରେ ଶୈଳଶ୍ରୀ ବିହାର ସରସ୍ୱତୀ ବସ୍ତରେ ୩ ହାତୀ କଲେ ଭଙ୍ଗାରୁଜା, ଘଉଡାଇଲା ବନ ବିଭାଗ

151

କନକ ବ୍ୟୁରୋ : ଭୁବନେଶ୍ୱରରେ ପଶିଲା ହାତୀ । ଭୁବନେଶ୍ୱର ଶୈଳଶ୍ରୀବିହାର ସରସ୍ୱତୀ ବସ୍ତିରେ ପଶିଛି ହାତୀ । ଗତକାଲି ରାତି ପ୍ରାୟ ୧୦ଟାବେଳେ ଖାଦ୍ୟ ପାଇଁ ଏହି ହାତୀ ବସ୍ତି ଭିତରକୁ ପଶିଆସିଥିଲେ । ହାତୀ ସ୍ଥାନୀୟ ଅଂଚଳରେ ଘର ଭଙ୍ଗାରୁଜା କରିଛନ୍ତି । ଜଣେ ବ୍ୟକ୍ତି ହାତୀକୁ ଦେଖି ପଡିଯିବା ଫଳରେ ଜଣେ ଆହତ ହୋଇଛନ୍ତି । ହାତୀକୁ ଜଙ୍ଗଲ ଭିତରକୁ ଘଉଡାଇଛି ବନ ଅଧିକାରୀ । ହାତୀ ପଶିବା ଫଳରେ ସ୍ଥାନୀୟ ଅଂଚଳରେ କିଛି ସମୟ ପାଇଁ କୋକୁଆ ଭୟ ଦେଖାଦେଇଥିଲା ।