‘ଟ୍ୟାକ୍ସ ଟଙ୍କା କାଟି ଦେଇ ବାକି ଟଙ୍କା ଫେରାଇ ଦିଅ’ । କୋର୍ଟରେ ପୀୟୁଷଙ୍କ ନିବେଦନ

1,237

କନକ ବ୍ୟୁରୋ: କାନପୁରର କଳା କୁବେର ବୋଲାଉଥିବା ପରଫ୍ୟୁମ ବ୍ୟବସାୟୀ ମାନ୍ୟବର କୋର୍ଟରେ ଗୁହାରୀ କରିଛନ୍ତି । ତାଙ୍କ ଘରୁ ଜବତ ହୋଇଥିବା ଟଙ୍କା ତକ ଫେରାଇ ଦେବାକୁ କୋର୍ଟଙ୍କୁ ଅନୁରୋଧ କରି ଏକ ଆବେଦନ ପତ୍ର ଦାଖଲ କରିଛନ୍ତି ପୀୟୁଷ ।

କହିରଖୁଁ କି, ପୀୟୁଷଙ୍କ କାନପୁର ଓ କନୌଜ ବାସଭବନରୁ ପାଖାପାଖି ୨୫୦ କୋଟି ଟଙ୍କା ସହ , ଅପରିଜ୍ୟାପ୍ତ ସୁନା , ରୂପା ଓ ମୂଲ୍ୟବାନ୍ ସାମଗ୍ରୀ ଜବତ କରିଛନ୍ତି ଉଭୟ ଡିଜିଜିଆଇ ଓ ଆୟକର ବିଭାଗ । ଏବେ ସେ ନ୍ୟାୟିକ ହେପାଜତରେ ଥିବାବେଳେ କୋର୍ଟକୁ ଟଙ୍କା ଫେରାଇଦେବାକୁ ଗୁହାରୀ କରିଛନ୍ତି ।

ପୀୟୁଷଙ୍କ ଘରୁ ପ୍ରବଳ ଟଙ୍କା ସହ ସୁନା, ରୂପା ଜବତ ହେବା ପରେ ତାଙ୍କ ବିରୋଧରେ ଡିଜିଜିଆଇ ଓ ଆୟକର ବିଭାଗ ତ କାର୍ଯ୍ୟାନୁଷ୍ଠାନ ଚଳାଇଛନ୍ତି । ଏହାପରେ ଏବେ ଡିଆରଆଇ(ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ) କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।