ଶରଧାବାଲିରେ ୩ ରଥ: ଗୁଣ୍ଡିଚାମନ୍ଦିର ପାଖରେ ଭକ୍ତଙ୍କ ଗହଳି

102

କନକ ବ୍ୟୁରୋ: ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଲା ନନ୍ଦିଘୋଷ ରଥ । ପୂର୍ବରୁ ତାଳଧ୍ୱଜ ଓ ଦର୍ପଦଳନ ରଥ ପହଞ୍ଚିଛି । ଏବେ ଶରଧା ବାଲିରେ ୩ ରଥ ସମାନ ହୋଇ ଛିଡା ହୋଇଛନ୍ତି । ୩ ଠାକୁରଙ୍କୁ ଦେଖିବାକୁ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ପାଖରେ ଭିଡ ଜମାଇଛନ୍ତି । ଜୟ ଜଗନ୍ନାଥ ନାରାରେ ପ୍ରକମ୍ପିତ ହୋଇଛି ଶରଧାବାଲି ।

ରଥ ଯାତ୍ରା ପାଇଁ ଆଜି ଜନସମୁଦ୍ର ପାଲଟିଥିଲା ଶ୍ରୀକ୍ଷେତ୍ର । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଜନସମୁଦ୍ର ସୃଷ୍ଟି କରିଥିଲା ବଡଦାଣ୍ଡରେ । ଆଜି ଭକ୍ତ ଭଗବାନଙ୍କ ମଧ୍ୟରେ ଅପୂର୍ବ ମିଳନ ଦେଖିବାକୁ ମିଳିଛି । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ମହାପ୍ରଭୁ । ଶ୍ରଦ୍ଧାର ଦଉଡିରେ ତିନି ଠାକୁରଙ୍କ ରଥକୁ ଟାଣି ଟାଣି ଆଣିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।