ନୂପୁର ଶର୍ମାଙ୍କ ବିରୋଧରେ ସୁପ୍ରିମକୋର୍ଟର ଟିପ୍ପଣୀ। ସିଜେଆଇଙ୍କ ନିକଟରେ ଟିପ୍ପଣୀ ଫେରାଇବାକୁ ଆବେଦନ।

184

କନକ ବ୍ୟୁରୋ: ନୂପୁର ଶର୍ମାଙ୍କ ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଦ୍ୱାରା ଦିଆଯାଇଥିବା ଟିପ୍ପଣୀ ନେଇ ପ୍ରତିକ୍ରିୟା ପ୍ରକାଶ ପାଉଛି । ମୁଖ୍ୟ ବିଚାରପତିଙ୍କୁ ଏନେଇ ଚିଠି ମଧ୍ୟ ଲେଖାଯାଇଛି । ସାମାଜିକ କାର୍ଯ୍ୟକର୍ତ୍ତା ଅଜୟ ଗୌତମ ଦ୍ୱାରା ହୋଇଥିବା ଏହି ଆବେଦନରେ ଅନୁରୋଧ କରାଯାଇଛି ଯେ, ନୂପୁର ଶର୍ମାଙ୍କ ବିରୋଧରେ ଦିଆଯାଇଥିବା ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଟିପ୍ପଣୀଙ୍କୁ ଫେରାଇ ନେବାକୁ ଅନୁରୋଧ କରାଯାଇଛି ।

ଅଜୟ ଗୌତମ ଦ୍ୱାରା ସିଜେଆଇରେ ହୋଇଥିବା ଆବେଦନରେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଟିପ୍ପଣୀ ଫେରାଇବାକୁ ଅନୁରୋଧ ହୋଇଛି । ଏହି ମାମଲାରେ ନିରପେକ୍ଷ ଶୁଣାଣି କରିବା ନେଇ କୁହାଯାଇଛି । ଏହା ସେ ନୁପୂର ଶର୍ମାଙ୍କ ଜୀବନ ପ୍ରତି ବିପଦ ଥିବା ସେ ସୂଚନା ଦେଇଛନ୍ତି । ତେଣୁ ତାଙ୍କ ବିରୋଧରେ ଥିବା ସବୁ ମାମଲା ଦିଲ୍ଲୀ ଆଣିବାକୁ ଅନୁରୋଧ କରାଯାଇଛି ।