୫ ତାରିଖରେ ନିଟ୍ ପରୀକ୍ଷା । ଡାକ୍ତର ହେବାକୁ ବଢୁଛି ପିଲାଙ୍କ ଆଗ୍ରହ । ପରୀକ୍ଷା ପାଇଁ ପଞ୍ଜିକରଣ କଲେଣି ୨୫ ଲକ୍ଷ ।

1,070

କନକ ବ୍ୟୁରୋ: ଡାକ୍ତର ହେବା ପାଇଁ ବଢୁଛି ଆଗ୍ରହ । ୫ ତାରିଖରେ ହେବାକୁ ଯାଉଛି ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍’ । ଏଥିପାଇଁ ୨୫ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବା ଜଣାପଡିଛି । ଗତବର୍ଷ ତୁଳନାରେ ଏହା ୪ ଲକ୍ଷ ୨୦ ହଜାର ଅଧିକ ବୋଲି ଜଣାପଡିଛି ।

  • ଡାକ୍ତର ହେବାକୁ ବଢୁଛି ଆଗ୍ରହ
  • ନିଟ୍-ୟୁଜି ପାଇଁ ପଞ୍ଜିକରଣ କଲେଣି ୨୫ ଲକ୍ଷ

ଯୁକ୍ତ ୨ରେ ପାଠ ପଢୁଥିବା ଶ୍ରଦ୍ଧା ସୁମନ ଓ ହିମାଂଶୁ ଶେଖର ଏବେଠାରୁ ହିଁ ଡାକ୍ତର ହେବାର ସ୍ୱପ୍ନ ଦେଖିଲେଣି । ନିଟ୍ ପାଇଁ ଏବେଠାରୁ ହେଉଛନ୍ତି ପ୍ରସ୍ତୁତ । ନିଟରେ ଭଲ ର୍ୟାଙ୍କ ରଖି ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ପଢିବା ପାଇଁ ଏବେଠାରୁ ଯୋଜନା କଲେଣି । ଶ୍ରଦ୍ଧାଙ୍କ ଅଭିଭାବକ ଡାକ୍ତର ହେବାକୁ ଚାହୁଁଥିଲେ । କିନ୍ତୁ ହୋଇପାରିନଥିଲେ , ସେଥିପାଇଁ ଡାକ୍ତର ହୋଇ ବାପା-ମାଙ୍କ ଅଧା ରହିଥିବା ସ୍ୱପ୍ନ ପୁରା କରିବାକୁ ଚାହୁଁଛନ୍ତି ଶ୍ରଦ୍ଧା । ଅନ୍ୟପଟେ କରୋନା ସମୟରେ ଡାକ୍ତରଙ୍କ ନିସ୍ୱାର୍ଥପର ସେବା ଦେଖି ଏହି ବୃତି ପ୍ରତି ଆକର୍ଷିତ ହୋଇଛନ୍ତି ହିମାଂଶୁ । ତେବେ ବର୍ତ୍ତମାନ ସମୟରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ଥିଲେ ବି ଡାକ୍ତର ହେବାକୁ ସ୍ୱପ୍ନ ଦେଖିଛନ୍ତି ହିମାଂଶୁ ଓ ଶ୍ରଦ୍ଧାଙ୍କ ଭଳି ଲକ୍ଷାଧିକ ଛାତ୍ରଛାତ୍ରୀ ।

  • ମେ ୫ ତାରିଖରେ ହେବାକୁ ଯାଉଛି ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍’
  • ଏଥିପାଇଁ ୨୫ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବା ଜଣାପଡିଛି
  • ଯାହା ଗତବର୍ଷ ତୁଳନାରେ ୪ ଲକ୍ଷ ୨୦ ହଜାର ଅଧିକ
  • ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦେଖି ନାମ ପଞ୍ଜିକରଣର ଶେଷ ତାରିଖ ମାର୍ଚ୍ଚ ୧୬ ଯାଏଁ ବଢାଯାଇଛି

ଅନ୍ୟବୃତ୍ତି ଅପେକ୍ଷା ଏହି ବୃତ୍ତିରେ ସମ୍ମାନ ଓ ଚାକିରି ସୁରକ୍ଷିତ ଥିବାରୁ ଡାକ୍ତର ହେବା ଅନେକଙ୍କର ପସନ୍ଦ ବୋଲି କହିଛନ୍ତି ବିଶେଷଜ୍ଞ । ଏମବିବିଏସ ଓ ବିଡିଏସ ପରି ମେଡିକାଲ ପାଠ୍ୟକ୍ରମରେ ସାରା ଭାରତରେ ପ୍ରାୟତଃ ୨ ଲକ୍ଷ ସିଟ୍ ରହିଛି । ଚଳିତବର୍ଷ ଏଥିରେ ନାମ ଲେଖାଇବାର ପ୍ରବେଶିକା ପରୀକ୍ଷା ନିଟରେ ୨୫ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି । ତେବେ ଗୋଟିଏ ସିଟ ପାଇଁ ବି ଏଥର କଡା ପ୍ରତିଯୋଗୀତା ହେବା ସମ୍ଭାବନା ରହିଛି ।