ରଙ୍ଗ ମିଶା କୋବି ମାଂଚୁରିଆନ ଓ ବମ୍ବେଇ ମିଠେଇ ଉପରେ ଲାଗିଲା କଟକଣା । ଏଣିକି ରାସାୟନକି ରଙ୍ଗ ମିଶାଇ ଖାଦ୍ୟ ପ୍ରସ୍ତୁତ କଲେ ଲାଗିବ ଜରିମାନା

373

କନକ ବ୍ୟୁରୋ : ରଙ୍ଗ ମିଶା କୋବି ମଂଚୁରିଆନ ଓ ବମ୍ବେଇ ଲଡୁ ଉପରେ ପ୍ରତିବନ୍ଧକ ଲଗାଇଲେ କର୍ଣ୍ଣାଟକ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ଦୁଇଟି ଖାଦ୍ୟରେ ରାସାୟନିକ ପଦାର୍ଥ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁରାଓ ଏନେଇ ସୂଚନା ଦେଇଛନ୍ତି । ଖାଦ୍ୟ ଗୁଡିକରେ କ୍ଷତିକାରକ ରାସାୟନିକ ପଦାର୍ଥ ମିଶ୍ରଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ରେସ୍ତୋରାଁରୁ କୋବି ମାଂଚୁରିଆନ ଓ ବମ୍ବେଇ ଲଡୁର ପ୍ରାୟ ୧୭୧ ନମୁନା ସଂଗହ କର।।ଯାଇଥିଲା । ଏଥିରେ ଯେଉଁ ରଙ୍ଗ ମିଶାଯାଉଛି ସେଥିରେ ରାଡାମାଇନ ବି ଓ ଅନ୍ୟ କ୍ଷତିକାର ରାସାୟନିକ ପଦାର୍ଥ ଥିବା ପ୍ରମାଣ ମିଳିଥିଲା । ଯଦି ଏହି ଦୁଇ ଖାଦ୍ୟକୁ ବ୍ୟବହାର କରାଯାଏ ତେବେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଟାନ ଗ୍ରହଣ ସହ ୭ବର୍ଷ ଗେଲ ଓ ଜରିମାନ ଦେବାକୁ ପଡିବ ।