ଆମେରିକାର ବଡ ଦାବି, ପରମାଣୁ ଆକ୍ରମଣକୁ ରୋକିଥିଲା ଭାରତ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପିଲ ପରେ ଆକ୍ରମଣ କରିବାକୁ ପଛଘୁଂଚା ଦେଇଥିଲା ରୁଷ

931

କନକ ବ୍ୟୁରୋ : ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକାର ବଡ ଦାବି । ଆମେରିକାର ପ୍ରକାଶିତ ଏକ ରିପୋର୍ଟରେ ଦାବି କରାଯାଇଛି କି ୟୁକ୍ରେନ ଉପରେ ବର୍ଷ ୨୦୨୨ ଶେଷ ଆଡକୁ ରୁଷ ପରମାଣୁ ଆକ୍ରମଣ କରିବାକୁ ଯୋଜନା କରିଥିଲା କିନ୍ତୁ ଭାରତର ହସ୍ତକ୍ଷେପ ପରେ ବଡ ବିପଦ ଟଳିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଓ ଅନ୍ୟ କିଛି ରାଷ୍ଟ୍ରନେତା ରୁଷକୁ ଏଥିରୁ ବିରତ ରହିବାକୁ କହିଥିଲେ ଓ ଯାହାଦ୍ୱାରା ୟୁକ୍ରେନ ଉପର ପରମାଣୁ ଆକ୍ରମଣ କରିନଥିଲେ ପୁଟିନ । ରିପୋର୍ଟରେ ଏକଥା ମଧ୍ୟ କୁହାଯାଇଛି ଯେ ରୁଷ ପରମାଣୁ ଆକ୍ରମଣ କରିବାକୁ ଯୋଜନା କରୁଥିବାବେଳେ ଆମେରିକା ଚିନ୍ତା ପ୍ରକାଶ କରି ଭାରତ ଓ କିଛି ମିତ୍ର ରାଷ୍ଟ୍ରଙ୍କୁ ଯୋଗାଯୋଗ କରିଥିଲା । ପରେ ମୋଦୀ ଓ ଅନ୍ୟ ରାଷ୍ଟ୍ରନେତାଙ୍କ ହସ୍ତକ୍ଷେପ କରି ବଡ ବିପଦକୁ ଟାଳିଥିଲେ ।