ଆସିଲା ନ୍ୟୁଡକଲ, ଲୁଟିନେଲେ ୨୨ ଲକ୍ଷ। ପଢନ୍ତୁ ବିସ୍ତୃତ ଖବର …

206

କନକ ବ୍ୟୁରୋ:  ସାଇବର ଠକଙ୍କ ନୂଆ ତରିକା । ଏବେ ଲୋକଙ୍କୁ ଆଉ ବ୍ୟାଙ୍କ ଡିଟେଲସ. ଓଟିପି ନୁହେଁ ବରଂ ଠକ ମାତିଛନ୍ତି ହ୍ୱାଟସଅପ୍ରେ । ଏମାନେ କେତେବେଳେ କାହାକୁ  କେମିତି ଫସାଇବେ କେହି କେବେ ବି କଳ୍ପନା କରିପାରିବେନି । ଜଣେ ବୟସ୍କ ଲୋକଙ୍କୁ ହ୍ୱାଟସଅପରେ ଭିଡିଓକଲ କରି ୨୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ବୃଦ୍ଧଙ୍କର ଭୁଲ ହେଉଛି ଏତିକି ଯେ, ସେ ଏକ ଅଜଣା ନମ୍ବରର ଭିଡିଓକଲକୁ  ରିସିଭ କରିଦେଇଥିଲେ । ଆଉ ତା ପରେ ଠକମାନେ ଆରମ୍ଭ କରିଦେଇଥିଲେ ତାଙ୍କର ଅପରେସନ ଲୁଟ୍ ।

ବୟସ୍କ ଲୋକଜଣକ  ଅଜାଣତର ଭିଡିଓକଲକୁ ରିସିଭ କରିଦେଇଥିଲେ । ଆଉ ସାଇବରଠକମାନେ ନିଜକୁ ପୁଲିସର ପରିଚୟ ଦେଇ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାର ଧମକ ଦେଇଥିଲେ । ଆଉ ଖୁବଶୀଘ୍ର ଟଙ୍କ ଦେଇ ରଫାଦଫା ନ କଲେ ଭିଡିଓଟିକୁ ସୋସିଆଇ ମିଡିଆରେ ଭାଇରାଲ କରିଦେବାକୁ କହି ବଦନାମ କରିଦେବାକୁ ଧମକ ଦେଇଥିଲେ । ଆଉ ଲୋକଲଜ୍ଜ୍ୟା ଭୟରେ ବୟସ୍କ ବ୍ୟକ୍ତିଜଣକ ସାଇବର ଠକଙ୍କୁ ପୁଲିସ ଭାବି ୨୨ ଲକ୍ଷ ଟଙ୍କା ପଠାଇଦେଇଥିଲେ ।  ସାଇବର ଠକେଇ ନେଇ ବାରମ୍ବାର ସଚେତନ କରାଗଲା ପରେ ଏବେ ବୟସ୍କ ଲୋକଙ୍କୁ ଟାର୍ଗେଟ ବନାଇ ଲୁଟୁଛନ୍ତି ସାଇବର ଲୁଟେରା ।