Daily Archives

May 25, 2024

ବିଜେପି ପୋଲିଂ ଏଜେଣ୍ଟଙ୍କର ମୃତ୍ୟୁ । ଅଂଶୁଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା । ଢେଙ୍କାନାଳ ହିନ୍ଦୋଳର ଘଟଣା ।

କନକ ବ୍ୟୁରୋ: ମତଦାନ ଭିତରେ ଦୁଃଖଦ ଖବର । ଢେଙ୍କାନାଳ ହିନ୍ଦୋଳରେ ଜଣେ ପୋଲିଂ ଏଜେଣ୍ଟଙ୍କର ମୃତ୍ୟୁ ହୋଇଛି । ହିନ୍ଦୋଳ ବିଧାନସଭା କ୍ଷେତ୍ର ନୂଆବଗ ପଞ୍ଚାୟତ ବାହାଲୁଣ୍ଡା ଗାଁର ୧୩୬ ନମ୍ବର ବୁଥରେ ଏଭଳି ଦୁଃଖଦ ଘଟଣା ଘଟିଛି । ଏହି ବୁଥରେ ସେ ବିଜେପିର ଏଜେଣ୍ଟ ଭାବେ ଦାୟିତ୍ୱରେ ଥିଲେ । ମୃତ…

ରାଜ୍ୟରେ ଜାରି ରହିଛି ମତଦାନ । ସେପଟେ ଅନେକ ଜାଗାରେ ଇଭିଏମ ତ୍ରୁଟି ପୋଲିଂ ଅଧିକାରୀଙ୍କ ଅବହେଳା ନେଇ ଅଭିଯୋଗ ।

କନକବ୍ୟୁରୋ: ରାଜ୍ୟରେ ଜାରି ରହିଛି ମତଦାନ । ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, କଟକ, ପୁରୀ ଏବଂ ଭୁବନେଶ୍ୱର ଲୋକସଭା ଆସନ ଏବଂ ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ । ଏଥିରେ ୪୪୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏମାନଙ୍କ ମଧ୍ୟରେ ଲୋକସଭା ପାଇଁ ୬୪ ଜଣ…

ରାସ୍ତା ପାଇଁ ଭୋଟ ଦେଲେନି । ଭୋଟ ବର୍ଜନ କଲେ ଢେଙ୍କାନାଳ, କୃଷ୍ଣପ୍ରସାଦ ବାଘମୁଣ୍ଡାର ୫୦୦ ଭୋଟର ।

କନକ ବ୍ୟୁରୋ: ଏଥର ନିର୍ବାଚନରେ ନେତାଙ୍କୁ ଠିକଣା ଜବାବ ଦେଇଛନ୍ତି ଢେଙ୍କାନାଳ ବାଘମୁଣ୍ଡା ଭୋଟର । ବାରମ୍ବାର ଗାଁକୁ ରାସ୍ତାଟେ ନିର୍ମାଣ କରିବାକୁ କହିବା ପରେ ବି କେହି ନଶୁଣିବାରୁ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ । ଆଜି ଏହାକୁ ସତ କରି ଦେଖାଇଛନ୍ତି । ରାଜନେତାଙ୍କ ଉପରେ ଅତିଷ୍ଠ…

ନିୟମ ମାନିଲେ ଖୋଦ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସ୍ମାର୍ଟ ୱାଚ୍ କାଢି ବୁଥ୍ ଭିତରକୁ ଯାଇ ଦେଲେ ଭୋଟ୍ ।

କନକ ବ୍ୟୁରୋ: ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ଭୋଟ ପଡୁଥିବାବେଳେ କିଛି ଭୋଟର ବୁଥ ଭିତରକୁ ମୋବାଇଲ ଫୋନ ନେଇ ଯାଉଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲେ ବି ଏହାର ବ୍ୟତିକ୍ରମ ହେବାରୁ ପେସମିଟ୍ କରି ଏନେଇ ପୁନର୍ବାର ସଚେତନ କରାଇଛନ୍ତି…

ଭୋଟ ଦେଲେ, ସେଲଫି ପଏଣ୍ଟରେ ଫଟୋ ଉଠାଇଲେ ମୁଖ୍ୟମନ୍ତ୍ରୀ । ନବୀନ ନିବାସରୁ ଚାଲି ଚାଲି ଆସି ଦେଲେ ଭୋଟ, କହିଲେ ଏଥର ବଡ…

କନକ ବ୍ୟୁରୋ : ଭୁବନେଶ୍ୱରର ଏକାମ୍ର ନିର୍ବାଚନମଣ୍ଡଳୀର ୧୧୪ ନମ୍ବର ବୁଥରେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଚାଲି ଚାଲି ଆସି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୋଟ ଦେବା ପରେ ନବୀନ କହିଛନ୍ତି, ଚଳିତ ନିର୍ବାଚନରେ ବିଜେଡି ବଡ ବିଜୟ…

ଇଭିଏମ୍ ଅଚଳ ଯୋଗୁଁ ଲାଇନରେ ଦେଢଘଣ୍ଟା ଛିଡା ହେଲେ ସମ୍ବିତ ପାତ୍ର । ନିଜେ ଭୋଟ ଦେବା ସହ ଲୋକଙ୍କୁ ମତଦାନ ପାଇଁ କଲେ…

କନକ ବ୍ୟୁରୋ: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟିଂରେ ନିଜର ମତ ସାବ୍ୟସ୍ତ କରିଛନ୍ତି ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର । ଏଭିଏମ୍ ମେସିନ ଖରାପ ହେବା ଯୋଗୁଁ ବୁଥ ବାହାରେ ଲାଇନରେ ପାଖାପାଖି ଦେଢ ଘଣ୍ଟା ଛିଡା ହେବା ପରେ ଭୋଟ ଦେଇଛନ୍ତି ସମ୍ବିତ ପାତ୍ର । ନିଜେ ଭୋଟ ଦେବା ସହ…