ପାଖଉଛି ଲୋକସଭା ନିର୍ବାଚନ, ବଢ଼ୁଛି ଇଣ୍ଡିଆ ମେଂଟରେ ଫାଟ । ମିଡିଆ ବୟକଟ ନିଷ୍ପତି ମାନିବାକୁ ସମାଜବାର୍ଦି ପାଟି ନାରାଜ

128

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ଯାଏ ତିଷ୍ଠିରହିବ ତ ଇଣ୍ଡିଆ ମେଂଟ? ୫ରାଜ୍ୟର ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ମେଂଟରେ ଏବେଠୁ ଫାଟ ଜଳ ଜଳ ହୋଇ ଦେଖିବାକୁ ମିଳିଲାଣି । ୧୪ଜଣ ନ୍ୟୁଜ ଆଙ୍କରଙ୍କୁ ବୟକଟ ନେଇ ଇଣ୍ଡିଆ ମେଂଟର ନିଷ୍ପତିକୁ ମାନିବ ନାହିଁ ବୋଲି ଘୋଷଣା କରିଛି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି । ଏହି ୧୪ଜଣ ନ୍ୟୁଜ ଆଙ୍କରଙ୍କ ସହ କାମ କରିବା ସହିତ ସମସ୍ତ ନ୍ୟୁଜ ଚ୍ୟାନେଲକୁ ନିଜର ମୁଖପାତ୍ର ପଠାଇବାକୁ ଦଳ ପକ୍ଷରୁ ନିଷ୍ପତି ନିଆଯାଇଛି । ସେପ୍ଟେମ୍ବର ୧୪ରେ ଇଣ୍ଡିଆ ମେଂଟ ନିଜ ସମନ୍ୱୟ ବୈଠକରେ ୧୪ଜଣ ଆଙ୍କରଙ୍କୁ ବୟକଟ ନେଇ ଘୋଷଣା କରିଥିଲା, ଏବେ ସପା ଏହି ନିଷ୍ପତିରୁ ନିଜକୁ ଓହରିଯାଇଛି । ପୂର୍ବରୁ ମଧ୍ୟପ୍ରଦେଶରେ ଟିକେଟ ବଂଟାକୁ ନେଇ ସପା-କଂଗ୍ରେସ ମଧ୍ୟରେ ଲାଗିଥିବା କଳି ଏବେ ଏହା ଉଗ୍ରରୂପ ଧାରଣ କରିଛି । ୨୦୨୪ ନିର୍ବାଚନରେ ବିଜେପିକୁ ଶାସନ ଗାଦିରୁ ଦୂରେଇ ରଖିବାକୁ ବିରୋଧି ଦଳ ମାନଙ୍କୁ ନେଇ ଇଣ୍ଡିଆ ମେଂଟ ଗଠନ ହୋଇଥିବା ବେଳେ ଏହା ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ ପାଇଛି ।