୨୦୧୬ ପଶ୍ଚିମବଙ୍ଗ ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ରଦ୍ଦ କଲେ କଲିକତା ହାଇକୋର୍ଟ: ଚାକିରି ହରାଇବେ ୨୪ହଜାରରୁ ଅଧିକ ଶିକ୍ଷକ

141

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟକା । ୨୦୧୬ ଶିକ୍ଷକ ନିଯୁକ୍ତିକୁ ରଦ୍ଦ କଲେ କଲିକତା ହାଇକୋର୍ଟ । କୋର୍ଟଙ୍କ ଫଇସଲା ପରେ ପ୍ରାୟ ୨୪ହଜାରରୁ ଅଧିକ ଶିକ୍ଷକଙ୍କ ଚାକିରି ଏଣିକି ଚାଲିଯିବ । ବୋଝ ପରି ନଳିତା ବିଡା ପରି ଶିକ୍ଷକମାନେ ଗତ ୮ବର୍ଷରେ ଯେଉଁ ଦରମା ପାଇଥିଲେ ତାକୁ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜା । ବିଜେପି ନେତାମାନେ ନ୍ୟାୟିକ ବ୍ୟବସ୍ଥା ଓ କୋର୍ଟଙ୍କ ରାୟକୁ ପ୍ରଭାବିତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ପ୍ରଦେଶ ବିଜେପି କୋର୍ଟଙ୍କ ଫଇସଲାକୁ ସ୍ୱାଗତ କରି କହିଛି ଯୋଗ୍ୟ ଆଶାୟୀ ନ୍ୟାୟ ପାଇଛନ୍ତି । ଅନ୍ୟପଟେ ଯେଉଁ ଶିକ୍ଷକଙ୍କ ଚାକିରି ସଙ୍କଟରେ ପଡିଛି ସେମାନଙ୍କୁ ଆଶ୍ୱସନା ଦେଇଛନ୍ତି ମମତା । ୨୪ହଜାରରୁ ଅଧିକ ଶିକ୍ଷକଙ୍କ ନ୍ୟାୟ ଦେବାକୁ ଟିଏମସି ଲଢ଼େଇ ଜାରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତିା ।କଲିକତା ହାଇକୋର୍ଟଙ୍କ ଫଇସଲାକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ ଦେବେ ପଶ୍ଚିମବଙ୍ଗ ସରକାର । ସୂଚନା ଅନୁସରେ ୨୦୧୬ ଶିକ୍ଷକ ନିଯୁକ୍ତିରେ ଅନିୟମତା ଦେଖାଯିବା ପରେ ଏହାକୁ ନେଇ ବିରୋଧ ତେଜିଥିଲା । କୋର୍ଟରେ ପହଁଚିଥିଲା ବିଭିନ୍ନ ଆବେଦନ । ସିବିଆଇ ମାମଲାର ତଦନ୍ତ କରି ପୂର୍ବତନ ମନ୍ତ୍ରୀ ପାର୍ଥ ଚାର୍ଟାଜୀ ଓ ପଶ୍ଚିମବଙ୍ଗ ସ୍କୁଲସେବା ଆୟୋଗରେରେ ବରିଷ୍ଠ ପଦାଧିକାରୀଙ୍କୁ ଗିରଫ କରାଯାଇଥିଲା ।