‘ଖାଲି ଲୋଟା’ ବିଜ୍ଞାପନକୁ ନେଇ କର୍ଣ୍ଣାଟକରେ ତେଜୁଛି ରାଜନୀତି: ସୋସିଆଲ ମଡିଆରେ ମୁହାଁମୁହିଁ କଂଗ୍ରେସ-ବିଜେପି

137

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ଭିତରେ ସୋସିଆଲ ମିଡିଆରେ ମୁହାଁମୁହିଁ କଂଗ୍ରେସ ଓ ବିଜେପି । କର୍ଣ୍ଣାଟକ କଂଗ୍ରେସର ଏକ ‘ଖାଲି ଲୋଟା’ ବିଜ୍ଞାପନଙ୍କୁ ନେଇ ଏବେ ରାଜନୈତିକ ବୟାନବାଜି ଜୋର ଧରିଛି । କେନ୍ଦ୍ରରେ ସରକାରରେ ଥିବା ବିଜେପି ନେତୃତାଧୀନ ଏନଡିଏ ରାଜ୍ୟ ସରକାରଙ୍କୁ ‘ଖାଲି ଲୋଟା’ ଧରାଇଦେଇଥିବା ନେଇ ଜାତୀୟ ଖବର କାଗଜରେ ବିଜ୍ଞାପନ ଦେଇଥିଲା କଂଗ୍ରେସ । ତେବେ ଏହାକୁ ନେଇ ସେତେବେଳେ ବିବାଦ ଆରମ୍ଭ ହୋଇଛି, ଯେତେବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଉପମୁଖ୍ରମନ୍ତ୍ରୀ ଡିକେ. ଶିବକୁମାର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜେଡିଏସ୍ ମୁଖ୍ୟ ଏଚଡି ଦେବଗୌଡା ଏକ ବିବାଦୀୟ ଫଟୋ ତାଙ୍କ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦେବଗୌଡା କଂଗ୍ରେସର ‘ଖାଲି ଲୋଟା’ ବିଜ୍ଞାପନ ଥିବା ଏକ ଖବରକାଗଜ ଧରିଛନ୍ତି । ଆଉ ସେଥିରେ ଏଡିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ଏହାର କଳାକାର ବୋଲି ଲେଖାଯାଇଛି ।

ମୋଦୀଙ୍କୁ କଂଗ୍ରେସର ଏଭଳି ସମାଲୋଚନା ପରେ ସୋସିଆଲ ମିଡିଆରେ କଡା ଜବାବ ଦେଇଛି ବିଜେପି । କର୍ଣ୍ଣାଟକ ବିଜେପି ପକ୍ଷରୁ ସିଦ୍ଦରମେୟାଙ୍କ ଦୁଇଟି ଫଟୋ ସେୟାର କରାଯାଇଛି । ଯେଉଁଥିରେ ଗୋଟିଏ ଫଟୋକୁ ୨୦୧୩ ଏବଂ ଅନ୍ୟଟିକୁ ୨୦୨୩ର ବୋଲି ଦର୍ଶାଇବା ସହ ତଫାତ୍ ସଷ୍ଟ ଜଣାପଡୁଛି ବୋଲି ଲେଖାଯାଇଛି । ୨୦୧୩ ଲେଖାଯାଇଥିବା ଫଟୋରେ ସିଦ୍ଦରମେୟା ଲୋଟା ଧରି ଶୌଚାଳୟ ଯାଉଥିବା ବେଳେ ୨୦୨୩ ବିନା ଲୋଟାରେ ଶୌଚାଳୟ ଯାଉଥିବା ଦର୍ଶାଯାଇଛି । ଖାଲି ମଗ ବିଜ୍ଞାପନକୁ ନେଇ କଂଗ୍ରେସ ସାଂସଦ ରଣଦୀପ ସୁର୍ଜେୱାଲା କହିଛନ୍ତି, କନ୍ନଡମାନେ ଟିକସ ୧୦୦ ଟଙ୍କା କେନ୍ଦ୍ରକୁ ଦେଉଥିବା ବେଳେ ମାତ୍ର ୧୩ ଟଙ୍କା ପାଉଛନ୍ତି । ଆଉ ଯେତେବେଳେ ସେମାନେ ସେମାନଙ୍କର ହକ୍ ମାଗୁଛନ୍ତି ତାଙ୍କୁ ଖାଲି ମଗ ଧରାଇ ଦିଆଯାଉଛି ।

ଏପ୍ରିଲ ୨୬ ଏବଂ ମେ’ ୭ ତାରିଖରେ ହେବାକୁ ଥିବା ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ ସବାଧିକ ୨୮ ଆସନରେ ମତଦାନ ହେବ । ଏହା ପୂର୍ବରୁ ଦୁଇ ପ୍ରମୁଖ ଦଳ ବିଜେପି-କଂଗ୍ରେସ ମଧ୍ୟରେ ସୋସିଆଲ ମିଡିଆ କଳି ଜୋର ଧରିଛି ।