ରାଜସ୍ଥାନରେ ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣା : ୨ ପାଇଲଟଙ୍କ ମୃତ୍ୟୁ, ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ

105

କନକ ବ୍ୟୁରୋ : ରାଜସ୍ଥାନରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ୨ ଜଣ ପାଇଲଟଙ୍କ ଜୀବନ ଯାଇଛି । ବାଡମେରରେ ମିଗ୍-୨୧ ବିମାନ ଦୁର୍ଘଟଣାର ଶିକାର ହୋଇଛି । ନିଆଁ ଲାଗିଯିବାରୁ ବିମାନଟି ପୋଡି ହୋଇଯାଇଛି । ଦୁର୍ଘଟଣା ପୂର୍ବରୁ ବିମାନଟି ଭିମଡା ଗାଁ ଆଖପାଖରେ ଉଡୁଥିଲା । ଦୁର୍ଘଟଣାର କାରଣ ଜଣାପଡିନି । ବିମାନଟି ରାତି ୯ଟା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ଏହା ଏକ ତାଲିମ ବିମାନ ଥିଲା । ଉତରଲାଇ ଏୟାରବେସରୁ ଏହା ଉଡ଼ାଣ ଭରିଥିଲା ।

ଦୁର୍ଘଟଣାରେ ଏଥିରେ ଥିବା ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଜିଲ୍ଲାପାଳ, ଏସପି ଏବଂ ଅନ୍ୟାନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଂଚିଥିଥଲେ । ବିମାନ ଦୁର୍ଘଟଣା ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ବାୟୁସେନା ମୁଖ୍ୟ ଏହାର ଚିଫ ମାର୍ସଲ ଭି.ଆର ଚୌଧୁରୀଙ୍କ ସହ କଥା ହୋଇଛନ୍ତି । ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ବାୟୁସେନା । ଗତବର୍ଷ ଜାନୁଆରୀ ଠାରୁ ୬ଟି ମିଗ୍-୨୧ ଦୁର୍ଘଟଣାର ଶୀକାର ହୋଇସାରିଥିବା ବେଳେ ଏଥିରେ ୫ ଜଣ ପାଇଲଟଙ୍କ ଜୀବନ ଗଲାଣି ।