ଯାତ୍ରୀଭିଡକୁ ଏଡାଇବାକୁ ବ୍ରହ୍ମପୁର-କଟକ ମଧ୍ୟରେ ଗଡ଼ିଲା ମେମୁ ଟ୍ରେନ୍ ! ନୂତନ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଟ୍ରେନ୍
କନକ ବ୍ୟୁରୋ: ଯାତ୍ରୀ ଭିଡକୁ ଏଡାଇବା ଲାଗି ପୂର୍ବତଟ ରେଳବାଇ ପକ୍ଷରୁ ଆଜିଠାରୁ ବହୁ ପ୍ରତୀକ୍ଷିତ ମେମୁ ଟ୍ରେନ ଯାତ୍ରାରମ୍ଭ କରିଛି । ବ୍ରହ୍ମପୁରରୁ ଆଜି ସକାଳେ ଏହି ଟ୍ରେନ ଛାଡିଛି । ଏହି ସ୍ୱତନ୍ତ୍ର ଟ୍ରେନ ବ୍ରହ୍ମପୁର ଓ କଟକ ମଧ୍ୟରେ ସପ୍ତାହକୁ ୬ ଦିନ ଚାଲିବ । ବ୍ରହ୍ମପୁର-କଟକ ପାସେଞ୍ଜର ଟ୍ରେନର ସମୟରେ ଏହି ମେମୁଟ୍ରେନ ଯାତ୍ରା କରିବ । ଏହି ନୂଆ ଗାଡିରେ ୧୨ଟି ମେମୁ କୋଚ ରହିଛି । ଭୁବନେଶ୍ୱର-ବ୍ରହ୍ମପୁର ମଧ୍ୟରେ ଏହା ଯାତ୍ରୀଭିଡ କମାଇବାରେ ସହାୟକ ହେବ ।
Kanak News is now on WhatsApp
Join and get latest news updates delivered to you via WhatsApp
ହାଇକୋର୍ଟ, ବଡ଼ ମେଡ଼ିକାଲ, ବିଭିନ୍ନ ଶିକ୍ଷାନୁଷ୍ଠାନ ସହିତ ରାଜଧାନୀର ସଚିବାଳୟ ଓ ବିଭିନ୍ନ ପ୍ରତିଷ୍ଠାନରେ ଚାକିରି କରୁଥିବା କର୍ମଜୀବୀ ଓ ସାଧାରଣ ଲୋକଙ୍କ ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍ ସହାୟକ ହେବ। ପୂର୍ବର ବ୍ରହ୍ମପୁର-କଟକ ପାସେଞ୍ଜର୍ ଟ୍ରେନ୍ର ସମୟରେ ଏହି ମେମୁ ଟ୍ରେନ୍ ଯାତ୍ରା କରିଛି। ଏହି ଲାଇନ୍ର ରବିବାର ଦିନ ସାଧାରଣ ପାସେଞ୍ଜର୍ ଟ୍ରେନ୍ ସେବା ପୂର୍ବଭଳି ନିର୍ଦ୍ଧାରିତ ସମୟରେ ଚଳାଚଳ କରିବା ନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ମିଳିଛି। ସେହିପରି ପ୍ରତି ଶନିବାର ଦିନ ଏହି ଟ୍ରେନ୍ ବ୍ରହ୍ମପୁର-ଖୋର୍ଧା ଓ ରବିବାର ଦିନ ଏହା ଖୋର୍ଧା-ବ୍ରହ୍ମପୁର ମେମୁ ସ୍ପେସାଲ୍ ଭାବେ ଯାତ୍ରା କରିବ। ଚଳିତ ମାସ ୩୦ ଶନିବାର ଓ ଜୁଲାଇ ପହିଲା ରବିବାରରୁ ଏହା ଆରମ୍ଭ ହେବ।
ଏହି ନୂତନ ଗାଡ଼ିରେ ୧୨ଟି ମେମୁ କୋଚ୍ ରହିଛି। ଖୋର୍ଧା ରୋଡ୍ ଓ ବ୍ରହ୍ମପୁର ମଧ୍ୟରେ ଏହି ସ୍ୱତନ୍ତ୍ର ରେଳ ସେବା ଯାତ୍ରୀ ଭିଡ଼ ନିୟନ୍ତ୍ରଣ କରିବାରେ ବେଶ୍ ଫଳପ୍ରଦ ହେବ। ଉଲ୍ଲେଖଯୋଗ୍ୟଯେ ନୂତନ ଜ୍ଞାନକୌଶଳରେ ନିର୍ମିତ ଏହି ମେମୁ ଟ୍ରେନ୍ କ୍ଷୀପ୍ର ଗତିରେ ଯାତ୍ରା କରିବା ସହିତ ଷ୍ଟେସନ୍ରେ ଜଲ୍ଦି ବନ୍ଦ ଓ ଜଲ୍ଦି ଆରମ୍ଭ ହେବାର କ୍ଷମତା ଧାରଣ କରିଛି। ଏହି ଟ୍ରେନ୍ର ବଗିଗୁଡ଼ିକରେ ଯାତ୍ରୀ ମାନଙ୍କ ପାଇଁ ଅଧିକ ସ୍ଥାନର ବ୍ୟବସ୍ଥା କରାଯାଇଛି। ସେହିପରି ଉତ୍ତମ ଶୌଚାଳୟର ବ୍ୟବସ୍ଥା ସହିତ ଏହି ଟ୍ରେନ୍ରେ ଇଂଜିନ୍ ପରିବର୍ତନର ମଧ୍ୟ ଆବଶ୍ୟକତା ନାହିଁ। ଟ୍ରେନ୍ର ମଧ୍ୟଭାଗରେ ଏହାର ଇଂଜିନ୍ ରହିଥିବାରୁ ଏହାର ପରିବର୍ତନର ଆବଶ୍ୟକତା ନାହିଁ।