ଅପରେସନ ସାଣ୍ଡଷ୍ଟର୍ମ : ୧୫ଟି ଚୋରା ବାଲି ଖାଦାନରେ ଲାଗିଲା ନାଲି ପତାକା; ୧୪୪ ଧାରା ଜାରି

136

କନକ ବ୍ୟୁରୋ : ବାଲି ମାଫିଆଙ୍କ ଉପରେ ବାଲେଶ୍ୱର ପ୍ରଶାସନର ପ୍ରହାର । ଜଳେଶ୍ୱର ତହସିଲ ଅଧୀନ ସୁବର୍ଣ୍ଣରେଖା ନଦୀରେ ଥିବା ବାଲି ଖାଦାନ ଉପରେ ଚଢାଉ କରିଛି ପ୍ରଶାସନ । ଏହା ପରେ ୧୫ଟି ଚୋରା ବାଲିଖାଦାନରେ ନାଲି ପତାକା ଲଗାଇଛି । ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା କରାଯାଇଛି । ବାଲି ଖାଦାନ ଉପରେ ଚଢାଉ କରାଯାଇ ଡାକବାଜି ଯନ୍ତ୍ର ମାଧ୍ୟମରେ ଘଟଣା ନେଇ ଲୋକଙ୍କୁ ସୂଚାଇ ଦିଆଯାଇଛି । ନିକଟରେ ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କୁ କିଛି ବାଲି ମାଫିଆ ଆକ୍ରମଣ କରିଥିଲେ । ଏହା ପରେ ତତ୍ପର ହୋଇଉଠିଛି ପ୍ରଶାସନ ।