ଓଡ଼ିଶାର ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ : ଗତ ୨୪ଘଂଟାରେ ରାଜ୍ୟରୁ ୧୩ଶହ ୭୯ ନୂଆ ଆକ୍ରାନ୍ତ ଚିହ୍ନଟ; ସୁନ୍ଦରଗଡ଼ରୁ ସର୍ବାଧିକ ୩୧୭ ପିଜିଟିଭ୍

ଖୋର୍ଦ୍ଧା ଜିଲ୍ଲାରୁ ୧୫୮ ନୂଆ ଆକ୍ରାନ୍ତ ଚିହ୍ନଟ

89

କନକ ବ୍ୟୁରୋ : ଓଡ଼ିଶାର ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ଗତ ୨୪ଘଂଟାରେ ରାଜ୍ୟରୁ ୧୩ଶହ ୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୮୦୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭୧ ଜଣ ସ୍ଥାନୀୟ ସଂକ୍ରମଣ । ବଡ଼ କଥା ହେଉଛି, କ୍ରମାଗତ ଭାବେ ସୁନ୍ଦରଗଡ଼ ଜିଲ୍ଲା ସଂକ୍ରମଣର ଶୀର୍ଷରେ ରହିଛି ।

ଗତ ୨୪ ଘଂଟାରେ ସୁନ୍ଦରଗଡ଼ରୁ ସର୍ବାଧିକ ୩୧୭ ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡ଼ାରୁ ୯୦, ସମ୍ବଲପୁରରୁ ୮୬, ନବରଙ୍ଗପୁରରୁ ୭୧, ବରଗଡ଼ରୁ ୬୮, କଟକରୁ ୫୬, ବଲାଙ୍ଗୀର ୫୪, ମୟୁରଭଞ୍ଜରୁ ୪୯, ପୁରୀରୁ ୪୩ ଏବଂ ଝାରସୁଗୁଡ଼ାରୁ ୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତମାନ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୯ ହଜାର ୫୬୧ରେ ପହଂଚିଥିବା ବେଳେ ସକ୍ରିୟ ୭ ହଜାର ୯ଶହ ୭୯ । ଦୈନିକ ସଂକ୍ରମିତ ସଂଖ୍ୟାରେ ଶୀର୍ଷରେ ଥିବା ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ରହିଛି ।