ସରକାରଙ୍କୁ ଇଂଜିନିୟରିଂ କଲେଜ ଚିନ୍ତା ! କଲେଜ ସ୍ତରରେ ହେବ ବିଟେକ୍ ନାମ ଲେଖା

38

କନକ ବ୍ୟୁରୋ : ସରକାରଙ୍କୁ ଇଂଜିନିୟରିଂ କଲେଜ ଚିନ୍ତା । କଲେଜ ସ୍ତରରେ ହେବ ବିଟେକ୍ ନାମ ଲେଖା । ଏଭଳି ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ସରକାରଙ୍କ ଅଧିନସ୍ଥ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ । ରାଜ୍ୟରେ ଥିବା ଅଧିକାଂଶ ଇଂଜିନିୟରିଂ କଲେଜରେ ଏବେ ସିଟ୍ ଖାଲି ପଡିଛି । କଲେଜର ଏଭଳି ଅବସ୍ଥା ପାଇଁ ସରକାର ଖାଲି ପଡିଥିବା କଲେଜଗୁଡିକୁ ଅନୁମତି ଦେଇଛନ୍ତି, ସେମାନେ ନିଜେ ଛାତ୍ରଛାତ୍ରୀଙ୍କୁ ସିଧାସଲଖ ଆଡମିଶନ କରାଇପାରିବେ ।

ସେପଟେ ଏହାକୁ ସ୍ୱାଗତ କରିବାସହ ଏଭଳି ଅବସ୍ଥା ପାଇଁ ସରକାରୀ କାଉନସେଲିଂ ବ୍ୟବସ୍ଥା ଦାୟୀ ବୋଲି କହଛନ୍ତି ଘରୋଇ ଇଂଜିନିୟରିଂ କଲେଜ ସଂଘର ସଂପାଦକ ବିନୋଦ ଦାଶ ।