ମାତ୍ର ୧୨ ଟଙ୍କାରେ କରନ୍ତୁ ବିମାନ ଯାତ୍ରା ! ସ୍ପାଇସ୍‌ ଜେଟ୍‌ର ଧମାକାଦାର ଅଫର୍

30

କନକ ବ୍ୟୁରୋ : ବିମାନ ଯୋଗେ ଯାତ୍ରା କରିବାର ସଉକ ରଖିଥିବା ଯାତ୍ରୀମାନଙ୍କ ପାଇଁ ଖୁସ ଖବର । ଏବେ ମାତ୍ର ୧୨ଟଙ୍କା ଦେଇ କରିପାରିବେ ବିମାନ ଯାତ୍ରା । ସ୍ପାଇସ୍‌ ଜେଟ୍‌ର ୧୨ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଏହି ଧମାକାଦାର ଅଫର୍‌ କମ୍ପାନି ପକ୍ଷରୁ ପ୍ରଦାନ କରାଯାଇଛି । ଏହି ଅଫର୍‌ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଯାତ୍ରୀଙ୍କ ସକାଶେ ଉପଲବ୍ଧ । ତେବେ ଏହି ଅଫର୍‌ ସବୁଦିନ ପାଇଁ ଉପଲବ୍ଧ ନୁହେଁ ।

‘ସ୍ପାଇସ୍ ଜେଟ୍ ୧୨ତମ ଆନିଭର୍ସରି ସେଲ୍’ ଟିକେଟ୍‌ ବିକ୍ରି ମେ’ ୨୩ରୁ ଅର୍ଥାତ୍ ଆଜି ଠାରୁ ଆରମ୍ଭ ହୋଇ ମେ’୨୮ ପର୍ଯ୍ୟନ୍ତ ଚାଲିବ । ତେବେ ଟିକେଟ୍‌ କାଟିଥିବା ସମସ୍ତ ଯାତ୍ରୀ ଯାଇପାରିବେ ନାହିଁ । ସେଥିପାଇଁ ଏକ ଲକି ଡ୍ର ପ୍ରତିଯୋଗିତା କରାଯିବାର ବ୍ୟବସ୍ଥା ରହିଛି । ଯେଉଁ ଯାତ୍ରୀ ଅନ୍ତର୍ଜାତୀୟ ଟିକେଟ୍‌ ଜିତିବେ ତାଙ୍କୁ ହୋଟେଲ୍‌ ଚାର୍ଜ ବାବଦରେ ୧୦,୦୦୦ ଟଙ୍କାର ଭାଉଚର୍‌ କମ୍ପାନି ପକ୍ଷରୁ ପ୍ରଦାନ କରାଯିବ। ଏହା ସହ ଆହୁରି ଅନେକ ଲୋଭନୀୟ ଅଫର୍ ରହିଛି  ।