ଫେସବୁକ୍ ପରେ ଏବେ ହ୍ୱାଟସଆପର ପାଳି ! ଆପ କହୁଛି ହ୍ୱାଟସଆପରେ କେତେବେଳେ ଆଉ କାହା ସାଥିରେ କଣ କଥା ହେଉଛନ୍ତି ଆପଣ

27

ଫେସବୁକର ଡାଟା ଲିକ୍ ହେବା ଖବର ଲୋକଙ୍କୁ ମନରୁ ନଲିଭୁଣୁ ଏବେ ଦେଶର ଲୋକପ୍ରିୟ ଆପ ହ୍ୱାଟସଆପ ୟୁଜର୍ସଙ୍କ ପାଇଁ ସୃଷ୍ଟି ହୋଇଛି ଏକ ବଡ ବିପଦ । ମାର୍କ ଜୁକରବର୍ଗ ଏନେଇ ନିକଟରେ ଭୁଲ ମାଗିବା ପରେ ଫେସବୁକର ପଲିସିରେ ବି କିଛି ମାତ୍ରାରେ ପରିବର୍ତ୍ତନ ଆଣିଛନ୍ତି । ହେଲେ ଏବେ ଯାହା ଜଣାପଡୁଛୁ କି ଏହାଦ୍ୱାରା ତାଙ୍କର ସମସ୍ୟା ଆଉ ସମାଧାନ ହୋଇନପାରେ । କାରଣ ଏବେ ଏଭଳି ଏକ ଆପ ଲଂଚ ହୋଇଛି, ଯାହା ଜରିଆରେ କୌଣସି ବି ବ୍ୟକ୍ତି ଅନ୍ୟ ଜଣଙ୍କର ହ୍ୱାଟସଆପ ଚାଟ ଉପରେ ନଜର ରଖିପାରିବ । ଏବଂ ଏହା ମଧ୍ୟ ଜଣାଇଦେବା କି ଆପଣ କେତେବେଳେ କାହା ସହିତ କଣ କଥା ହେଉଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଆପ ସଂପର୍କରେ ଅଧିକ ସୂଚନା ।

ଏହି ଆପଟିର ନାଁ ହେଉଛି ଚାଟୱାଚ । ଯାହାକୁ ଆପଲର ଆପ ଷ୍ଟୋରରୁ ଡାଉନଲୋଡ କରାଯାଇପାରିବ । ଏହି ଆପ ଜରିଆରେ କୌଣସି ବି ବ୍ୟକ୍ତି ଆପଣଙ୍କର ହାଟସଆପ ଚାଟ ଉପରେ ନଜର ରଖିପାରିବ । ସେହିପରି ଏହି ଆପ ଜରିଆରେ ମଧ୍ୟ ଆପଣ କେତେବେଳେ ଆଉ କାହା ସହିତ କଣ କଥା ହେଉଥିଲେ । ଯଦିଓ ଏହି ଆପଟି ବର୍ତ୍ତମାନ ଆଇଓଏସ ୟୁଜର୍ସଙ୍କ ପାଇଁ ଉଦ୍ଦିଷ୍ଟ । ତେବେ ଏଥିପାଇଁ ଆଣ୍ଡ୍ରଏଡ ୟୁଜର୍ସଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

ଏହି ଆପଟି ହ୍ୱାଟସଆପର ଷ୍ଟାଟସ ଫଚିରରର ଫାଇଦା ଉଠାଇ ୟୁଜର୍ସଙ୍କର ଜାସୁସି କରିଥାଏ । ଏହି ଆପଟି ମଧ୍ୟ କହିଥାଏ କି ଆପଣଙ୍କର ବନ୍ଧୁ କେତେବେଳେ ଶୋଇବାକୁ ଯାଉଛନ୍ତି । ତେବେ ଏହି ଆପଟିକୁ ଡାଉନଲୋଡ କରିବାକୁ ହେଲେ ଆପଣଙ୍କୁ କିଛି ଟଙ୍କା ମଧ୍ୟ ଦେବାକୁ ହେବ । ଏହି ଆପଟିକୁ ଆପଣଙ୍କୁ ପାଖାପାଖି ୧୨୯.୭୦ଟଙ୍କା ଦେଇ ଡାଉନଲୋଡ କରିପାରିବେ । ଏଠାରେ କହି ରଖୁଛୁ କି, ଫେସବୁକ ଖୁବଶୀଘ୍ର ହିଁ ଏହି ଆପଟିକୁ ବ୍ଲକ୍ କରିପାରେ ।