ତଣ୍ଟିରେ ଫସିଲା ଅଙ୍ଗୁର ! ଶିଶୁକୁ ଗୋଟାଫଳ ଖାଇବାକୁ ଦେଇ ହଟହଟ୍ଟା ପରିବାର,ନିଶ୍ୱାସ ନେବାରେ ସମସ୍ୟା ଉପୁଜିଲା ।

87

ସମୟ ଅଭାବରୁ ହେଉ କିମ୍ବା ତରବରରେ ଆମେ ଖାଦ୍ୟକୁ ଖାଇବା ବଦଳରେ ଗିଳିପକାଇ ଥାଉ । କିନ୍ତୁ ଏହାର ପରିଣତି ବହୁତ ମହଙ୍ଗା ପଡିଥାଏ । ଏଭଳି ଏକ ଘଟଣା ଘଟିଛି ଅଷ୍ଟ୍ରେଲିଆରେ ରହୁଥିବା ଏଞ୍ଜେଲା ହେଡରସନଙ୍କ ଜୀବନରେ ।

ନିଜ ପାଞ୍ଚବର୍ଷର ପୁଅକୁ ଅଙ୍ଗୁର ଖାଇବାକୁ ଦେଇ ଏଞ୍ଜେଲା ନିଜକୁ କାମରେ ବ୍ୟସ୍ତ ରଖିଥିଲେ । ନରମ ଏବଂ ମିଠା ଲାଗୁଥିବା ଅଙ୍ଗୁରକୁ ଖାଇବା ପରେ ଛୁଆଟି ଜଲଦି ଜଲଦିରେ ଅଙ୍ଗୁରଗୁଡିକୁ ଗିଳିପକାଇ ଥିଲା । ମା’ ଏଞ୍ଜେଲାଙ୍କ ନଜର ଛୁଆ ଉପରେ ପଡିବା ପରେ ସେ ଶିଶୁଟିକୁ ନିଶ୍ୱାସ ନେବାରେ ଅସୁବିଧା ଉପୁଜିଥିବାର ଦେଖି ହସପିଟାଲକୁ ନେଇ ଯାଇଥିଲେ । ଡାକ୍ତରଙ୍କ ପ୍ରୟାସରେ ଶିଶୁଟିର ଏକ୍ସରେ କରାଯିବା ସହ ଅପରେସନ କରାଗଲା ଏବଂ ନିଶ୍ୱାସ ନଳୀରୁ ଅଙ୍ଗୁରକୁ ବାହାର କରାଗଲା ।

ଅଷ୍ଟ୍ରେଲିୟାନ ବ୍ୟୁରୋ ଅଫ ଷ୍ଟାଟିସ୍ଟିକସ ମୁତାବକ . ଅଷ୍ଟ୍ରେଲିଆରେ ୯ ବର୍ଷରୁ କମ ବୟସର ପ୍ରାୟ ୨୫୦୦ ଶିଶୁ ଖାଦ୍ୟ ଖାଇବା ସମୟରେ ତଣ୍ଟିରେ ଖାଦ୍ୟ ଫସିବା କାରଣରୁ ଡାକ୍ତରଖାନାରେ ଚିକିତ୍ସିତ ହୁଅନ୍ତି । ଏହି ଶିଶୁମାନଙ୍କ ମଧ୍ୟରୁ ୩୦ ପ୍ରତିଶତ ମୃତ୍ୟୁର ଶିକାର ହୋଇଥାନ୍ତି । ଏହି ଖବର ଏଞ୍ଜେଲା ଜାଣିବା ପରେ ସେ ନିଜ ଫେସବୁକ ଆକାଉଣ୍ଟରେ ଶିଶୁ ଖାଇବା ସମୟରେ ତା ଉପରେ ନଜର ରଖିବା ଏବଂ ଖାଦ୍ୟକୁ ଚୋବାଇ ଖାଇବା ଉପରେ ଗୁରୁତ୍ୱ ଦେବାକୁ ସବୁ ଅଭିଭାବକଙ୍କୁ କହିଥିଲେ । ସ୍କୁଲରେ ଖେଳିବା ଚକ୍କରରେ ପିଲା ଖାଦ୍ୟକୁ ସିଧାସଳଖ ଗିଳିଦେଇଥାନ୍ତି ଯାହାଦ୍ୱାରା ସେମାନଙ୍କୁ ପେଟ ସମସ୍ୟା ଦେଖାଦେଇଥାଏ । ଏଣୁ ଟିଫିନରେ ଫଳ ଦେବା ପୂର୍ବରୁ କାଟି ଦେବାକୁ ଚେଷ୍ଟା କରନ୍ତୁ ଏବଂ ପିଲାକୁ ଖାଦ୍ୟ ଚୋବାଇ ଖାଇବାକୁ ପରାମର୍ଶ ଦିଅନ୍ତୁ ।

ଏହା କେବଳ ଏଞ୍ଜେଲାଙ୍କ ସହ ଘଟିଛି ତାହା ନୁହେଁ ଏଭଳି ଘଟଣା କାହା ସହିତ ବି ଘଟିପାରେ । ତେଣୁ ନିଜ ସହ ପିଲାଙ୍କର ମଧ୍ୟ ସ୍ୱାସ୍ଥ୍ୟ ଏବଂ ଖାଦ୍ୟପେୟ ଉପରେ ନଜର ଦେବାକୁ ସେ ଉପଦେଶ ଦେଇଛନ୍ତି ।