୩୦ ବର୍ଷ ପୂର୍ବରୁ ମଧ୍ୟ ଉଭୟ ଦେଶ ମଧ୍ୟରେ ଉପୁଜିଥିଲା ଡୋକଲାମ୍ ପରି ବିବାଦ ! ଜାଣନ୍ତୁ ସେ ସମୟରେ କିପରି ନଇଁଥିଲା ଚୀନ

44

ବିଗତ ଦୁଇ ମାସ ଧରି ଭାରତ ଓ ଚୀନ ମଧ୍ୟରେ ଡୋକଲାମକୁ ନେଇ ତୀବ୍ର ବିବାଦ ଚାଲିଥିଲା । କିନ୍ତୁ ଏବେ ଡୋକଲାମ ପ୍ରସଙ୍ଗରେ ଭାରତ କୂଟନୈତିକ ସଫଳତା ହାସଲ କରିଛି । ଉଭୟ ଭାରତ ଓ ଚୀନ୍ ବିବାଦୀୟ ଡୋକଲାମ ଅଂଚଳରୁ ସେନା ହଟାଇବାକୁ ରାଜି ହୋଇଛନ୍ତି । ଚୀନର ପ୍ରାରମ୍ଭିକ ବ୍ୟବହାର ଏବେ ନରମ ପଡ଼ିଛି । ତେବେ ଏହା ପ୍ରଥମ ଥର ନୁହଁ ଯେତେବେଳେ ଭାରତ ଆଗରେ ମୁଣ୍ଡ ନୁଆଁଇଛି ଚୀନ । ୩୦ ବର୍ଷ ପୂର୍ବରୁ ଭାରତ-ଚୀନ ମଧ୍ୟରେ ଏହି ପ୍ରକାରର ଆଉ ଏକ ବିବାଦ ସୃ୍ଷ୍ଟି ହୋଇଥିଲା । ଏବଂ ସେ ସମୟରେ ମଧ୍ୟ ଚୀନକୁ ପଛକୁ ଘୁଞ୍ଚିବାକୁ ପଡ଼ିଥିଲା । ତେବେ ଆସନ୍ତୁ ଜାଣିବା ୩୦ ବର୍ଷ ପୂର୍ବରୁ ଉଭୟ ଦେଶ ମଧ୍ୟରେ କ’ଣ ହୋଇଥିଲା ?

ସୂଚନା ଅନୁସାରେ ଭାରତ-ଚୀନର ସୀମା ହଜାରେ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି ଏବଂ ଅନେକ ଥର ଉଭୟ ଦେଶର ସେନା ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ତାହାର ଉଲଂଘନ କରିଆସୁଛନ୍ତି । ୧୯୬୨ ବ୍ୟତୀତ ଉଭୟ ଦେଶର ସେନା ଅନେକ ଥର ମୁହାଁମୁହିଁ ହୋଇଛନ୍ତି । ୧୯୮୭ରେ ଅରୁଣାଚଳ ପ୍ରଦେଶର ସୁମଦୌରୋଙ୍ଗ ଚୁ ଅଞ୍ଚଳରେ ଉଭୟ ଦେଶର ସେନା ମଧ୍ୟରେ ମୁହାମୁିହିଁ ସ୍ଥିତି ଉପୁଜିଥିଲା । ସେହି ସମୟରେ ପାଖାପାଖି ୨୦୦ ଭାରତୀୟ ସୈନିକ ସୁମଦୌରୋଙ୍ଗ ଚୁ ଅଞ୍ଚଳରେ ମୁୁତୟନ ଥଲେ । ଚୀନ ପକ୍ଷରୁ ମଧ୍ୟ ସେନା ମଧ୍ୟରେ ସାମ୍ନା ସାମ୍ନା ହୋଇଥିଲେ ।

ସୁମଦେରୋଙ୍ଗ ଚୁ ବିବାଦର ଆରମ୍ଭ ୧୯୮୦ରେ ହୋଇଥିଲା, ଯେତେବେଳେ ଇନ୍ଦିରା ଗାନ୍ଧୀ ଶାସନକୁ ଫେରିଥିଲେ । ୧୯୮୨-୧୯୮୩ରେ ଭାରତ–ଚୀନ ବୋର୍ଡ଼ର ଏଲଓସିରେ ଅଧିକରୁ ଅଧିକ ସେନା ମୁତୟନ ପାଇଁ ତତ୍କାଳୀନ ଜେନେରାଲ କେ.ବି କୃଷ୍ଣା ରାଓ ପ୍ରସ୍ତାବ ଦେଇଥିଲେ । ଯେଉଁ ପ୍ରସ୍ତାବକୁ ଇନ୍ଦିରା ଗାନ୍ଧୀ ସହମତି ପ୍ରକାଶ କରିଥିଲେ । ପ୍ରକୃତକଥା ହେଲା ଇନ୍ଦିରା ଗାନ୍ଧୀ, ଚୀନ ସହ ଯୁଦ୍ଧ ପରିସ୍ଥିତିରେ ଅରୁଣାଚଳ ପ୍ରଦେଶର ତବାଙ୍ଗକୁ କେମିତି ବି ବଞ୍ଚେଇବା ପାଇଁ ଚାହୁଁଥିଲେ ।

୧୯୮୪ରେ ଭାରତ ସୁମଦୋରଙ୍ଗ ଚୁରେ ସେନାର ଏକ ଚୌକି ସ୍ଥାପନ କରିଥିଲା । ଖରା ଦିନରେ ଏହି ଚୌକିରେ ଯବାନ ମୁତୟନ ଥାଆନ୍ତି କିନ୍ତୁ ଶୀତ ଦିନରେ ଚୌକି ଖାଲି ପଡ଼ିଥାଏ । ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ସେହିପରି ଚାଲିଲା । କିନ୍ତୁ ଜୁନ ୧୯୮୬ରେ ଭାରତର ପେଟ୍ରାଲିଙ୍ଗ ପାର୍ଟି ଦେଖିଲେ, ୪୦ ଚୀନ ସୈନିକ ଉକ୍ତ ଅଞ୍ଚଳରେ ସ୍ଥାୟୀ ଚୌକି ତିଆରି କରୁଥିଲେ । କେବଳ ଏତିକି ନୁହେଁ ଅଗଷ୍ଟ ପର୍ଯ୍ୟନ୍ତ ସେଠରେ ଚୀନ ନିଜର ହେଲିପ୍ୟାଡ଼ ମଧ୍ୟ ତିଆରି କରିଦେଇଥିଲା । ଏହାଦେଖି ଖୁବ ଶୀଘ୍ର ଭାରତ ମଧ୍ୟ ସେଠରେ ୨୦୦ ସୈନ୍ୟ ମୁତୟନ କରିଥିଲା । ଏହାଦେଖି ସେପ୍ଟେମ୍ବର ମାସରେ ଭାରତ, ଚୀନ ସାମ୍ନାରେ ପ୍ରସ୍ତାବ ରଖିଥିଲା, ସେ ଶୀତ ଶେଷ ହେବା ପର୍ଯ୍ୟନ୍ତ ନିଜ ସେନାକୁ ଉକ୍ତ ସ୍ଥାନରୁ ହଟାଇ ଦେଲେ ଭାରତ ମଧ୍ୟ ଉକ୍ତ ସ୍ଥାନରେ ନିଜର କବ୍ଚା କରିବ ନାହିଁ । ତେବେ ଭାରତର ଏହି ପ୍ରସ୍ତାବକୁ ମାନିବା ପାଇଁ ମନା କରିଦେଇଥିଲା ଚୀନ ।

ଏଥିଯୋଗୁଁ ଭାରତ ସେନା ‘ଅପରେସନ ଫାଲ୍କନ’ ପ୍ରସ୍ତୁତ କରିଥିଲା । ଯାହାର ଲକ୍ଷ୍ୟ ଥିଲା ଶାନ୍ତିରେ ଖୁବ ଶୀଘ୍ର ନିଜ ସୀମା ପାଖରେ ପହଞ୍ଚିବା । ତେବେ ତବାଙ୍ଗ ଠାରୁ ଆଗକୁ କୌଣସି ରାସ୍ତା ନଥିଲା, ଏଥିପାଇଁ ତତ୍କାଳୀନ ଜେନେରାଲ ସୁନ୍ଦରଜୀ, ଜେମିଥାଙ୍ଗ ନାମକ ସ୍ଥାନ ଉପରେ ଏକ ବ୍ରିଗେଡ଼କୁ ଏୟାରଲ୍ୟାଣ୍ଡ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ସ୍ଥାନ ଭାରତ-ଚୀନ ସୀମାର ଦକ୍ଷିଣରେ ଅବସ୍ଥିିତ । କିନ୍ତୁ ତବାଙ୍ଗରୁ ଭାରତ ସୀମାକୁ ସଡ଼କ ମାର୍ଗ ୯୦ କିଲୋମିଟର ଦୂର ।

ଏହାପରେ ଭାରତୀୟ ସେନା ହାଥୁଂଗଲା ପାହାଡ଼ ଉପରେ ନିଜର ଆସ୍ଥାନ ଜମାଇଥିଲେ, ଯଦ୍ୱାରା ସୁମଦୋରାଂଗ ଚୁ ଓ ଅଡ଼୍ୟ ୩ଟି ପାହାଡ଼ିି ଅଞ୍ଚଳ ଉପରେ ନଜର ରଖାଯାଇ ପାରିବ । ସେହିବର୍ଷ ୧୫ ନଭେମ୍ବରରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଫ୍ଲାଗ ମିଟିଂରେ ଉଭୟ ଦେଶ ମଧ୍ୟରେ ତିକ୍ତତା ଟିକେ ଶାନ୍ତ ପଡ଼ିଥିଲା । କିନ୍ତୁ ଭାରତ ଏସି ସୁଯୋଗ ଫାଇଦା ଉଠାଇ ଅରୁଣାଚଳ ପ୍ରଦେଶକୁ ପୂର୍ଣ୍ଣ ରାଜ୍ୟରେ ବଦଳାଇବା ପାଇଁ ପ୍ରସ୍ତାବ ରଖିଥିଲା, ଯାହା ସେହି ସମୟରେ କେନ୍ଦ୍ର ଶାସିତ ପ୍ରଦେଶ ଥିଲା ।

୧୯୮୭ର ପ୍ରାରମ୍ଭିକ ମାସରେ ଉଭୟ ଦେଶ ସେନା ସୀମାର ଉଭୟ ପଟୁ ସାମ୍ନାସାମ୍ନି ଥିଲେ । ହାଥୁଗଂଲା ଅଞ୍ଚଳରେ ଉଭୟ ଦେଶର ସୈନିକ ଆଖି କୁ ଆଖି ମିଶାଇ ଉଭୟଙ୍କ ଗତିବିଧି ଉପରେ ନଜର ରଖୁଥିଲେ । ଜେନେରାଲ ସୁନ୍ଦରଜୀ ସେତେବେଳ ହିମାଳୟରେ ଭାରତର ପକ୍ଷ ମଜଭୁତ ରଖିବା ପାଇଁ ଏକ ଚାଲ ଚଳାଇଥିଲେ । ସେ ସରକାରୀ ଅଫିସରଙ୍କୁ ୧୯୭୦ରୁ ସେଠାରେ ଅଧାରେ ପଡ଼ିଥିବା ଏକ ସଡ଼କ ତିଆରି ଯୋଜନାକୁ ଶୀଘ୍ର ଶେଷ କରିବା ପାଇଁ ଚାପ ପକାଇଥିଲେ ।

ଉଭୟ ଦେଶ ମଧ୍ୟରେ ଏହି ସଙ୍କଟ ୧୯୮୭ ମେ ମାସ ପର୍ଯ୍ୟନ୍ତ ଚାଲିଥିଲା । ତେବେ ସେମମୟରେ ତତ୍କାଳୀନ ବିଦେଶ ମନ୍ତ୍ରୀ ନାରାୟଣ ଦତ୍ତ ତିୱାରୀ ପ୍ୟୋଙ୍ଗୟୋଙ୍ଗ ଯିବା ସମୟରେ ବେଜିଂରେ ରହିିଥିଲେ । ଚୀନୀ ବିଦେଶୀ ମନ୍ତ୍ରୀଙ୍କ ସହ ଉଭୟ ଦେଶ ମଧ୍ୟରେ ଥିିବା ବିବାଦକୁ ନେଇ ଆଲୋଚନା ପରେ ଉଭୟ ଦେଶ ମଧ୍ୟରେ ସ୍ଥିତି ସୁଧୁରିବାରେ ଲାଗିଥିଲା । ଏହି ମାମଲା ପରେ ଭାରତ ଓ ଚୀନ ସମ୍ପର୍କ ଆସ୍ତେ ଆସ୍ତ ଶାନ୍ତ ପଡ଼ିଥିଲା । ଆଉ ସେହି ସମୟରେ ୧୯୮୮ରେ ରାଜୀବ ଗାନ୍ଧୀଙ୍କ ଚୀନ ଯାତ୍ର ଯିବା ପାଇଁ ରାସ୍ତା ସୁଗମ ହୋଇଗଲା । କେବଳ ଏତିକି ନୁହେଁ ଚୀନ, ଭାରତ ଜେନେରାଲ ସୁନ୍ଦରଜୀଙ୍କ ସହ ଏତେ ପ୍ରଭାବିତ ଥିଲେ ଯେ ତାଙ୍କୁ ଚୀନ ଯିବା ପାଇଁ ଆମନ୍ତ୍ରିତ କରିଥିଲେ ।