ପାକ୍ ଖେଳାଳୀଙ୍କ ମୁହଁରେ କୋହଲିଙ୍କ ପ୍ରଶଂସା । ବିରାଟଙ୍କ ବଡ ରେକର୍ଡ ପରେ ଅଭିନନ୍ଦନ ଜଣାଇଲେ ଆଫ୍ରିଦି ।

583

କନକ ବ୍ୟୁରୋ : ପାକ୍ ଖେଳାଳିଙ୍କ ମୁହଁରେ ଭାରତୀୟ କ୍ରିକେଟରଙ୍କ ପ୍ରଶଂସା । ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ୍ ଆଫ୍ରିଦିଙ୍କ ମୁହଁରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟ ବିରାଟ କୋହଲିଙ୍କ ପ୍ରଶଂସା ଦେଖିବାକୁ ମିଳିଛି । କ୍ରିକେଟର ତିନୋଟି ଯାକ ଫର୍ମାଟ୍ ଦିନିକିଆ, ଟେଷ୍ଟ ଓ ଟି-୨୦ ରେ କୋହଲି ୫୦ରୁ ଅଧିକ ଆଭରେଜ୍ ହାସଲ କରିବା ପରେ ବିରାଟ କୋହଲିଙ୍କୁ ସେ ବଧେଇ ଜଣେଇ ଟ୍ୱିଟ୍ କରିଛନ୍ତି ।

ଗତକାଲି କୋହଲି ଦକ୍ଷିଣ ଆଫ୍ରିକା ବିରୋଧରେ ୭୨ ରନର ଅପରାଜିତ ଇନିଂସ ଖେଳିଥିଲେ । କୋହଲିଙ୍କ ଏହି ଇନିଂସ ବଳରେ ତାଙ୍କର ଟି ୨୦ରେ ଆଭରେଜ୍ ୫୦ ଅତିକ୍ରମ କରିଥିଲା । ଆଗରୁ କୋହଲିଙ୍କର ଦିନିକିଆରେ ୬୦ରୁ ଅଧିକ ଓ ଟେଷ୍ଟରେ ୫୩ରୁ ଅଧିକ ଆଭରେଜ୍ ରହିଥିଲା । ଏବେ ଟି-୨୦ରେ ଆଭରେଜ୍ ୫୦.୮୫ ଛୁଇଁଛି । ଏହାକୁ ନେଇ କୋହଲିଙ୍କୁ ଶୁଭେଛା ଜଣାଇଛନ୍ତି ଆଫ୍ରିଦି ।

କେହି ମାନନ୍ତୁ ବା ନମାନନ୍ତୁ, କୋହଲି ଜଣେ ଭଲ ବ୍ୟାଟ୍ସମ୍ୟାନ୍ ବୋଲି ଟୁଇଟ୍ କରିିଛନ୍ତି ଆଫ୍ରିଦି । କ୍ରିକେଟରେ କ୍ରମାଗତ ସଫଳତା ଧାରା ଜାରି, ବିଶ୍ୱ କ୍ରିକେଟ୍ ପ୍ରଶଂସକଙ୍କୁ ଏମିତି ମନୋରଂଜନ କରୁଥାନ୍ତୁ ବୋଲି କୋହଲିଙ୍କୁ ଶୁଭେଛା ବାର୍ତା ଦେଇଛନ୍ତି । କୋହଲି ୭୧ଟି ମ୍ୟାଚରେ ୨୦ରୁ ୫୦.୮୫ ହାରରେ ୨,୪୪୧ ରନ୍ ହାସଲ କରି ଟି-୨୦ରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ବନିଛନ୍ତି ।