ବାରବାଟୀରେ ଭାଇଚାରାର ବାର୍ତ୍ତା ଦେଲେ ଭାଇଜାନ୍ : ନବୀନଙ୍କୁ କଲେ ପ୍ରଶଂସା, ଉଠାଇଲେ ଫଟୋ

ଆଳୁଦମ୍ ଦହିବରା ଖାଇବାକୁ ଦେଖାଇଲେ ଆଗ୍ରହ

312

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମ ପରେ ଝଟକିଲା ବାରବାଟୀ । କଟକରେ ଜଲୱା ଦେଖାଇଛନ୍ତି ଭାଇଜାନ୍ । କଟକ ବାରବାଟୀ ଷ୍ଟାଡିଅମରେ ବିଶ୍ୱକପ୍ ହକି ପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଲମାନ ଖାନ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଲମାନ ଖାନଙ୍କୁ ସ୍ୱାଗତ କରିବା ସହ ମଂଚ ଉପରେ ସମ୍ବର୍ଦ୍ଧିତ କରିଛନ୍ତି । ଓଡିଆରେ ନିଜ ଅଭିଭାଷଣ ଆରମ୍ଭ କରି ଓଡିଆ ଲୋକଙ୍କୁ ଭଲ ପାଉଥିବା କହିଛନ୍ତି । ସଲମାନ ଖାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ବିଶ୍ୱକପ୍ ହକି ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ସଲମାନ ଖାନ କଟକ ଗସ୍ତରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବେଶ କିଛି ସମୟ ଅନ୍ତରଙ୍ଗ ମୁହୁର୍ତ୍ତ ବିତାଇଛନ୍ତି । ଏମିତି କି ମୁଖ୍ୟମନ୍ତ୍ରୀଙ୍କ ସହ ଉତ୍ସାହର ସହ ଫଟୋ ଉଠାଇଛନ୍ତି ଭାଇଜାନ୍ । ନବୀନ ପଟ୍ଟନାୟକ ଓ ସଲମାନଙ୍କ ଏହି ଫଟୋ ଦେଖିଲେ ଯେ କେହି ବି ଅନୁମାନ କରିପାରିବ କେତେ ଆତ୍ମିୟ ଭାବରେ ମିଶିଛନ୍ତି ଏହି ନେତା ଓ ଅଭିନେତା । ବର୍ତ୍ତମାନ ଏହି ଫଟୋଟି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି ।

ମଂଚ ଛାଡିବା ଆଗରୁ ଦର୍ଶକଙ୍କ ଚମକାଇ ଦେଇଥିଲେ ସଲୁ । କଟକିଆଙ୍କ ଭାବାବେଗ ସହ ଯୋଡି ହୋଇଥିବା ଆଳୁଦମ ଓ ଦହିବରାର ପ୍ରଂଶସା କରିଛନ୍ତି ସଲମାନ । ଏମିତି କି କାର୍ଯ୍ୟକ୍ରମ ଶେଷରେ ଫେରିଯିବା ଆଗରୁ କଟକର ଆଳୁଦମ ଓ ଦହିବରା ଖାଇବେ ବୋଲି ମଂଚ ଉପରେ କହିଥିଲେ ସଲମାନ ଖାନ । ତାଙ୍କ -ଏହି କଥା ପଦକ ଶୁଣିବା ପରେ ଦର୍ଶକଙ୍କ ଉତ୍ସାହ ଦୁଇ ଗୁଣିତ ହୋଇଯାଇଥିଲା ।

CUTTACK SALMAN

ସେପଟେ କଳିଙ୍ଗ ପରେ ବାରବାଟୀରେ ଛୁମିଲେ ଦର୍ଶକ । ନିଜ କମାଲ ଦେଖାଇଲେ ଏଆର ରେହମାନ ଟିମ୍ । ଗୋଟିଏ ପରେ ଗୋଟିଏ ଗୀତ ସହ ଉଲ୍ଲସିତ ହୋଇଥିଲେ ପ୍ରାୟ ୪୦ ହଜାର ଦର୍ଶକ । ଦିଲ୍ ସେ ରେ, ଦିଲ୍ ହେ ଛୋଟାସା .., ମୁକାବିଲା ମୁକାବିଲା .. ଆଦି ଗୀତ ଗାଇଥିଲେ ରେହମାନ ଓ ଟିମ୍ ।