ଫେସବୁକରେ ବ୍ଲକ୍ କରିହେବ Unwanted କମେଣ୍ଟ୍: ଖୁବ ଶୀଘ୍ର ଯୋଡ଼ି ହେବ ନୂଆ ଫିଚର୍

97

ଆଜିକା ସମୟରେ ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର ହେଉଛି । ପିଲାଠାରୁ ବୁଢ଼ାଯାଏଁ ସମସ୍ତେ ଫେସବୁକ, ହ୍ୱାଟସଆପ, ଟ୍ୱିଟର, ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି । ଏବେ ବନ୍ଧୁତା ସୃଷ୍ଟି ହୁଏ ଫେସବୁକ, ଟ୍ୱିଟର ପରି ସୋସିଆଲ ମିଡ଼ିଆରେ । ତେବେ ବର୍ତ୍ତମାନ ସମୟରେ ଦେଖାଯାଉଛି ଲୋକେ ସୋସିଆଲ ମିଡ଼ିଆର ଅପବ୍ୟବହାର କରୁଛନ୍ତି । କିଛି ଅସାମାଜିକ ବ୍ୟକ୍ତି ଫେସବୁକରେ ଅଶ୍ଳୀଳ ଫଟୋ, କମେଣ୍ଟ ତଥା ଅପମାନକ ସୂଚକ ଶବ୍ଦ ବ୍ୟବହାର କରୁଛନ୍ତି । ଯଦ୍ୱାରା ଅନ୍ୟ ୟୁଜର ଅପମାନିତ ହେଉଛନ୍ତି । ତେବେ ଏସବୁରୁ ରକ୍ଷା ପାଇବା ପାଇଁ ଫେସବୁକ୍ ଆଣିଛି ନୂଆ ଫିଚର ।

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍ ଏକ ଏପରି ନୂଆ ଫିଚର ଯୋଡ଼ିହେବା ପାଇଁ ଯାଉଛି, ଯଦ୍ୱାରା ଲୋକଙ୍କୁ ଫେସବୁକ୍ ବ୍ୟବହାର କରିବା ଆହୁରି ସହଜ ହେବ । ଏହି ଫିଚର ଯୋଡ଼ି ହେବାଦ୍ୱାରା ଆପଣ କୌଣସି ବି ପ୍ରକାର କମେଣ୍ଟକୁ ବ୍ଲକ୍ କରିପାରିବେ । ଫେସବୁକ୍ ଅନୱାଣ୍ଟେଡ଼୍ କମେଣ୍ଟ ଫିଚରକୁ କେବଳ ଖରାପ ତଥା ଟିପ୍ପଣୀ ଉପରେ ରୋକ ଲଗାଇବା ପାଇଁ ଆଣିଛି । ନିକଟରେ ଜାରି ହୋଇଥିବା ଏକ ଅନଲାଇନ୍ ରିପୋର୍ଟ ଅନୁସାରେ ଏହି ଫିଚର ଆସିବା ପରେ କୌଣସି ବି ୟୁଜରଙ୍କ ଅଶ୍ଳୀଳ ଶବ୍ଦ, ପଂକ୍ତି, ଇମେଜିକୁ ବ୍ଲକ୍ କରିହେବ ।

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡ଼ିଆରେ ଖରାପ ଭାଷାରେ ଗାଳିଗୁଲଜ କରିବାର ଦେଖାଯୋଉଛି । ଆଉ ଏଥିଯୋଗୁଁ ଅନେକ ଲୋଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏହି ନୂଆ ଫିଚର ଯୋଡ଼ିହେବା ପରେ ଆପଣଙ୍କ କେଉଁ କମେଣ୍ଟନିଜ ୱାଲରେ ଦେଖିବା ପାଇଁ ଚାହୁଁଛନ୍ତି, ତାହା ହିଁ ଦେଖିପାରିବେ । ଆପଣଙ୍କ କୌଣସି ବି ଶବ୍ଦ ଅପମାନସୂଚକନ ନଲାଗିଲେ ଆପଣ ଉକ୍ତ କମେଣ୍ଟକୁ ବ୍ଲକ୍ କରିପାରିବେ ।