ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ! ୨ ମୃତ, ଜଣେ ଗୁରୁତର

37

କନକ ବ୍ୟୁରୋ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନୟାଗଡ଼ ନୁଆଗାଁ ଥାନା ଲୁଣିସରା ନିକଟରେ ଦୁଇଟି କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ , ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । କାରଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ପୋଖରୀ ଭିତରେ ପଶିଯାଇଥିଲା ।

ଗୁରୁତରଙ୍କୁ ଦଶପଲ୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ କାର ଭିତରୁ ପୋଲିସ ଦୁଇବସ୍ତା ଗଂଜେଇ ଜବତ କରିଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ଜଣେ ଫେରାର ଥିବା ପୋଲିସ ସୂଚନା ଦେଇଛି ।