ଆଜିଠୁ ଅଚଳ ନନଚିପ୍ ଏଟିଏମ କାର୍ଡ ! ଚିପ୍ ନଥିବା କୌଣସି ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇ ପାରିବେ ନାହିଁ ଗ୍ରାହକ

ନିୟମ ପାଳନ କରିବା ପାଇଁ ଆରବିଆଇର କଡା ନିର୍ଦ୍ଦେଶ

285

ଆଜିଠାରୁ ଅଚଳ ହେବ ଚିପ ନଥିବା ସମସ୍ତ ବ୍ୟାଙ୍କର ଏଟିଏମ କାର୍ଡ । ମେସିନରେ କାମ କରିବନି ଆପଣଙ୍କ କାର୍ଡ । କେବଳ ଏସବିଆଇର ଡେବିଟ୍ କାର୍ଡ ନୁହେଁ ବରଂ ସବୁ ବ୍ୟାଙ୍କର ଏଟିଏମ କାର୍ଡ ତଥା ମ୍ୟାଗଷ୍ଟ୍ରିପ୍ ବାଲା ସମସ୍ତ ଏଟିଏମ କାର୍ଡ ଆଜିଠାରୁ ହୋଇଯିବ ଅଚଳ । ପୂର୍ବରୁ ଏସବିଆଇର କାର୍ଡ ୩୧ ଡିସେମ୍ବର ପରେ ବନ୍ଦ ହୋଇଯାଇଥିଲା । ମାତ୍ର ଏବେ ସମସ୍ତ ମ୍ୟାଗଷ୍ଟ୍ରିପ୍ ଯୁକ୍ତ ଡେବିଟ୍ କାର୍ଡ ଉପରେ ଲାଗୁ କରାଯିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇ କହିଛି କି, ସେମାନେ ନିଜ ନିଜ ଗ୍ରାହକମାନଙ୍କୁ ମ୍ୟାଗଷ୍ଟ୍ରିପ ଆଧାରିତ ଏଟିଏମ ଡେବିଟ୍ କାର୍ଡକୁ ଇଏମବି ଚିପ୍ ବିଶିଷ୍ଟ କାର୍ଡ ସହ ରିପ୍ଲେସ କରିବାକୁ ।

ଆଉ ଏହାର ଶେଷ ତାରିଖ ଗତକାଲି ଶେଷ ହୋଇଛି । ତେବେ ଆଜିଠାରୁ ଏହି କାର୍ଡ ସଂପୂର୍ଣ୍ଣ ଭାବରେ ଅଚଳ ହୋଇଯିବ । ଆରବିଆଇର ଏହି ନିର୍ଦ୍ଦେଶକୁ ଧ୍ୟାନରେ ରଖି ନିଜ ଗ୍ରାହକଙ୍କୁ ନିଜ କାର୍ଡକୁ ଏକ୍ସଚେଂଜ କରିବାକୁ କୁହାଯାଇଛି । ମ୍ୟାଗଷ୍ଟ୍ରିପ ବିଶିଷ୍ଟ ଡେବିଟ କାର୍ଡକୁ ଇଏମବି ଚିପ୍ ବିଶିଷ୍ଟ ଡେବିଟ୍ କାର୍ଡ ସହ ରିପ୍ଲେସ କରିବା ଦ୍ୱାରା ୟୁଜର୍ସଙ୍କୁ କୌଣସି ଅତିରିକ୍ତି ଚାର୍ଜ ଦେବାକୁ ପଡିବନାହିଁ । ଇଏମବି ଚିପ୍ ବେସଡ ଟେକ୍ନୋଲୋଜି ଅଟେ । ଏହି ଚିପ୍ ଡେବିଟ କାର୍ଡର ପ୍ରିଂଟର ବାମ ପାଶ୍ୱରେ ଲଗାଯାଇଥାଏ ।

ଯାହା ମାଧ୍ୟମରେ ନେଣଦେଣ କରାଯାଇପାରେ । ଏହାକୁ ଉଭୟ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ପେମେଂଟର ଗ୍ଲୋବାଲ୍ ଷ୍ଟାଣ୍ଡାର୍ଡ ବୋଲି କୁହାଯାଇଥାଏ । ଇଏମବିର ପୂରା ନାଁ ୟୁରୋପେ, ମାଷ୍ଟରକାର୍ଡ ଏବଂ ବିଜା । ଏହି କାର୍ଡଗୁଡିକୁ ଚିପ୍ ଆଣ୍ଡ ପିନ୍ କାର୍ଡ ଏବଂ ଚିପ ଆଣ୍ଡ ସିଗନେଚର କାର୍ଡ ମଧ୍ୟ କୁହାଯାଇଥାଏ । ମାଗଷ୍ଟ୍ରିପ ବାଲା ପ୍ରତ୍ୟେକ କାର୍ଡର ପଛ ପଟରେ ଏକ ମ୍ୟାଗନେଟିକ୍ ଷ୍ଟ୍ରିପ ରହିଥାଏ । ଏହି କାରଣରୁ ଏହାକୁ ମ୍ୟାଗ୍ନେଟିକ୍ ଷ୍ଟ୍ରିପ କାର୍ଡ ମଧ୍ୟ କୁହାଯାଇଥାଏ । ଏହି କାର୍ଡକୁ ମ୍ୟାଗ୍ନେଟିକ୍ ରିଡିଂ ହେଡ୍ ସାମ୍ନାରେ ରଖି ସ୍ୱାଇପ୍ କରାଯାଇଥାଏ ।