ଫସିଗଲେ ବିଦେଶିନୀ ! ଦୁଇବର୍ଷର ଆଇନ୍ ଯୁଦ୍ଧରେ ହାରିଲେ ଇରାନୀ ଯୁବତୀ

31

ରାୟଗଡା : ଆଇନ ଯୁଦ୍ଧରେ ହାରିଗଲେ ଇରାନୀ ବିଦେଶିନୀ । ଏହି ବିଦେଶୀନିଙ୍କ ବିରୋଧରେ ରାୟଗଡା ଏସଡିଜେଏମ କୋର୍ଟ ଶୁଣାଇଛନ୍ତି ଏକ ବର୍ଷ ଜେଲ ଦଣ୍ଡ ସହ ୩ ଲକ୍ଷ ଟଙ୍କାର କ୍ଷତିପୂରଣ । ୨୦୧୧ ମସିହାରେ ସମାଜସେବା କରିବାକୁ ଓଡିଶା ଆସି ଫସି ଯାଇଥିଲେ ଏହି ଇରାନୀ ବିଦେଶିନୀ ନର୍ଗିସ ।

ରାୟଗଡାର ଏକ ପାହାଡିଆ ଅଂଚଳରେ ପ୍ରିସନ ଫାଉଣ୍ଡେସନ ନାମକ ଏକ ଅନୁଷ୍ଠାନ ଖୋଲି ଦିବ୍ୟାଙ୍ଗ ପିଲାଙ୍କ ସେବା କରିଆସୁଥିଲେ । ତେବେ ତାଙ୍କ ନାଁରେ ଅଭିଯୋଗ ରହିଥିଲା ଯେ ସେ ଏହି ଅନୁଷ୍ଠାନରୁ କିଛି ଦିବ୍ୟାଙ୍ଗ ପିଲାଙ୍କୁ ନେଇ ନାଗାବଳୀ ନଈକୂଳକୁ ପିକନିକ୍ କରିବାକୁ ଆସିଥିବା ବେଳେ ଅନୁଷ୍ଠାନର ଜଣେ କର୍ମଚାରୀଙ୍କ ପିଲା ନଈରେ ଭାସିଯାଇଥିଲା ।

ଏହାପରେ ନିଖୋଜ ପିଲାର କୌଣସି  ଖୋଜଖବର ମିଳିନଥିଲା । ଏନେଇ ନିଖୋଜ ପିଲାର ବାପା ଥାନାରେ ନର୍ଗିସଙ୍କ ବିରୋଧରେ ଏତଲା ଦେଇଥିଲେ । ନର୍ଗିସଙ୍କ ବିରୋଧରେ ଲାଗିଥିଲା ୩୦୪ ଦଫା । ତାଙ୍କୁ ମୁକୁଳାଇବା ପାଇଁ ଇରାନୀ ଦୂତାବାସ ମଧ୍ୟ ହସ୍ତକ୍ଷେପ କରିଥିଲେ ।