ଶେଷ ମୁହୂର୍ତ୍ତରେ ମୋଦିଙ୍କ ଝାରସୁଗୁଡା ଗସ୍ତ ହେଲା ବାତିଲ । ରାୟପୁରରେ ଓହ୍ଲାଇ ରାୟଗଡ ଯିବେ ମୋଦି

ଶେଷ ମୁହୂର୍ତ୍ତରେ ମୋଦିଙ୍କ ଝାରସୁଗୁଡା ଗସ୍ତ ହେଲା ବାତିଲ

142

କନକ ବ୍ୟୁରୋ : ଝାରସୁଗୁଡ଼ା ବିମାନ ବନ୍ଦରରେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ଅବତରଣ କାର୍ଯ୍ୟକ୍ରମ ଶେଷ ମୁହୂର୍ତ୍ତରେ ବାତିଲ ହୋଇଛି। ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପରିବର୍ତ୍ତେ ରାୟପୁର ବିମାନବନ୍ଦରରେ ଓହ୍ଲାଇବା ପରେ ରାୟଗଡ଼ ଗସ୍ତ କରିବେ ବୋଲି ଗୁରୁବାର ସଂଧ୍ୟାରେ ସୂଚନା ଆସିଛି। କ’ଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡ଼ା କାର୍ଯ୍ୟକ୍ରମ ବାତିଲ ହେଲା ତାହା ଜଣା ପଡ଼ିନାହିଁ।

source : Sandesh

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ନୂଆଦିଲ୍ଲୀରୁ ଏୟାର ଫୋର୍ସର ଏକ ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡ଼ାରେ ଅବତରଣ କରିବାର ଥିଲା। ଏଠାରୁ ସେ ପୁଣି ହେଲିକପ୍ଟରରେ ରାୟଗଡ଼ ଯିବାର ଥିଲା। ରାୟଗଡ଼ରୁ ଝାରସୁଗୁଡ଼ା ଫେରି ବିମାନରେ ପଶ୍ଚିମବଙ୍ଗର ବାଗଡ଼ୋଗରା ଯାଇଥାନ୍ତେ। ଏଠାରେ ମାତ୍ର କିଛି ମିନିଟ ରହିବାର ଥିଲେ ମଧ୍ୟ ପ୍ରୋଟୋକଲ ଅନୁଯାୟୀ ବିମାନ ବନ୍ଦରରେ ଅସ୍ଥାୟୀ ପିଏମ୍ଓ ଅଫିସ, ହଟ୍ ଲାଇନ୍ ସଂଯୋଗ, ଧଳା ରଙ୍ଗର ୨୦ଟି ଇନୋଭା କାର କାର୍କେଡ୍ ସହିତ ବିଭିନ୍ନ ଅଧିକାରୀଙ୍କୁ ଏଥିପାଇଁ ନିଯୁକ୍ତ କରାଯାଇ ସାରିଥିଲା।

source : Punjab Kesari

ଗତ ତିନି ଦିନ ଧରି ପ୍ରଶାସନ ଏଥିଲାଗି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଥିଲା। ବୁଧବାର ଏସପିଜିର ଅଧିକାରୀମାନେ ଆସି ବିମାନବନ୍ଦରକୁ ନିଜ ଅକ୍ତିଆରକୁ ନେଇଥିଲେ। ଗତକାଲି ଏୟାର ଫୋର୍ସର ଏକ ବଡ଼ ବିମାନ ମଧ୍ୟ ଟ୍ରାଏଲ ଲ୍ୟାଣ୍ଡିଂ କରି ସାରିଥିଲା। ତେବେ ମୋଦୀ ଝାରସୁଗୁଡ଼ା ପରିବର୍ତ୍ତେ ରାୟପୁର ଠାରେ ଓହ୍ଳାଇବେ ବୋଲି ଗୁରୁବାର ସଂଧ୍ୟାରେ କାର୍ଯ୍ୟସୂଚୀ ଆସି ପହଞ୍ଚିବା ପରେ ୩/୪ ଦିନର ପ୍ରସ୍ତୁତି ଥଣ୍ଡା ପଡ଼ିଯାଇଛି। ଏହି ଗସ୍ତସୂଚୀ ବାତିଲ ହେବାର ସଠିକ କାରଣ ଜଣାପଡ଼ି ନଥିଲେ ମଧ୍ୟ ଏସପିଜିର ସୁପାରିସକ୍ରମେ ଏପରି ହୋଇଥିବା କୁହାଯାଉଛି। ପୂର୍ବରୁ ଗତ ମାସ ୧୭ ତାରିଖରେ ମୋଦୀଙ୍କ ବଲାଙ୍ଗୀର ଗସ୍ତ ବେଳେ ମଧ୍ୟ ସମାନ ପ୍ରସ୍ତୁତି ଝାରସୁଗୁଡ଼ା ବିମାନ ବନ୍ଦରରେ ହୋଇଥିଲା। ତାହା ବି ଶେଷ ମୁହୁର୍ତ୍ତରେ ବାତିଲ ହୋଇଥିଲା।