ପାରଳା ଷଡଯନ୍ତ୍ରର ଗୁମର ଖୋଲିବ କ୍ରାଇମବ୍ରାଂଚ : ଏସଆଇଟି ଗଠନ ନେଇ ସ୍ପେଶାଲ ଡିଜି କ୍ରାଇମଙ୍କ ସୂଚନା

24

ପାରଳାଖେମୁଣ୍ଡି : ପାରଳା ଷଡଯନ୍ତ୍ର ଘଟଣାରେ ହେବ କ୍ରାଇମବ୍ରାଂଚ ତଦନ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ଘଟଣାରେ ତଦନ୍ତ ପାଇଁ ୬ ଜଣିଆ ଏସଆଇଟି ଟିମ ଗଠନ ହେବ । ଜଣେ ଅତିରିକ୍ତ ଏସପି ଟିମର ନେତୃତ୍ୱ ନେବେ ବୋଲି କହିଛନ୍ତି ସ୍ପେଶାଲ ଡିଜି କ୍ରାଇମ ବି.କେ.ଶର୍ମା ।

ରୁଜୁ ହୋଇଥିବା ୪ଟି ଏଫଆଇଆର ଆଧାରର ତଦନ୍ତ କରିବ କ୍ରାଇମବ୍ରାଂଚ। କ୍ରାଇମବ୍ରାଂଚ ଇଓଡବ୍ଲ୍ୟୁର ଏକ ସ୍ୱତନ୍ତ୍ର ଟିମ ଜମି ବାବଦ ଓ ଟଙ୍କା କାରବାରର ତଦନ୍ତ କରିବେ ବୋଲି କହିଛନ୍ତି ବି.କେ.ଶର୍ମା । ସେପଟେ ମୃତ ମ୍ୟାନେଜର ଅନଙ୍ଗମଞ୍ଜରୀ ପାତ୍ର, ସଂଜୟ ପାତ୍ର ଓ ବିଜୟଲକ୍ଷ୍ମୀ ପାତ୍ରଙ୍କ ପୋଷାକରୁ ୩ଟି ସୁଇସାଇଡ ନୋଟ୍ ମିଳିଛି । ପୁଲିସ ଡିଜି କେବି ସିଂହ ଏନେଇ ସୂଚନା ଦେଇଛନ୍ତି । ସୁଇସାଇଡ ନୋଟ୍ ଆଧାରରେ ତଦନ୍ତ କରାଯିବ ବୋଲି କହିଛନ୍ତି ଡିଜି । ନ୍ୟୁଜ୍ ସହ ଦେଖିବା ଏହି ଭିଡିଓ :