ଭାରତ ସୀମାକୁ ପଶି ଆସିଲା ପାକିସ୍ତାନ ବିମାନ: ମଝି ଆକାଶରେ ଏଫ-୧୬କୁ ଗୋଡେଇ ଗୋଡେଇ ମାରିଲା ବାୟୁସେନା, ମଝି ଆକାରରେ କିଭଳି ଚାଲିଥିଲା ଯୁଦ୍ଧ ଦେଖନ୍ତୁ ଭିଡିଓ

2,547

ଭାରତୀୟ ଆକାଶ ସୀମା ଭିତରକୁ ପ୍ରବେଶ କରିଥିବା ପାକିସ୍ତାନର ଏଫ-୧୬ ବିମାନକୁ ମାରି ଖସାଇ ଦେଇଛି ଭାରତୀୟ ବାୟୁସେନା । ପାକିସ୍ତାନର ଏହି ଯୁଦ୍ଧ ବିମାନଟି ଜମ୍ମୁକଶ୍ମୀର ରଜୌରୀ ଜିଲ୍ଳାର ନୌସେରା ସେକ୍ଟର ଭିତରକୁ ଚାଲିଆସିଥିଲା । କୁହାଯାଉଛି କି ଭାରତୀୟ ବାୟୁ ସେନାର ସୁଖୋଇ ୩୦ଏମକେଆଇ ବିମାନ ପାକିସ୍ତାନର ଏଫ-୧୬ ବିମାନକୁ ଗୋଡେଇ ଗୋଡେଇ ମାରି ତଳେ ପକାଇଦେଇଛି । ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଜେଟର ପାଇଲଟ ପାରାସୁଟ୍ ମାଧ୍ୟରେ ତଳକୁ ଡେଇଁପଡିବାର ନଜର ଆସିଛି । ଯାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ପାକର ଏଫ୧୬ ବିମାନ ଭାରତୀୟ ସୀମାରେ ଉଡାଣ ଭରିବାର ଦୃଶ୍ୟ ରହିଛି ।

ମିଳିଥିବା ସୂଚନା ଅନୁସାରେ ବିମାନଟି ଭାରତୀୟ ସୀମା ଭିତରକୁ ପ୍ରାୟ ୩ କିଲୋମିଟର ପଶି ଆସିଥିଲା ଏହାପରେ ଭାରତୀୟ ବାୟୁ ସେନା ପକ୍ଷରୁ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବିମାନଟିକୁ ଗୁଳି କରି ଖସାଇ ଦିଆଯାଇଥିଲା।ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ପାକିସ୍ତାନୀ ଏଫ୍-୧୬ ବିମାନଟି ଭାରତୀୟ ସୀମା ଭିତରେ ବୋମା ପକାଇବା ପାଇଁ ଉଦ୍ୟମ କରିଥିଲା। ଅନ୍ୟପକ୍ଷରେ ପାକିସ୍ତାନ ପକ୍ଷରୁ ଦାବି କରାଯାଇଛି ଯେ ୨ଟି ଭାରତୀୟ ବାୟୁସେନାର ବିମାନକୁ ଗୁଳି କରି ପାକ୍ ସେନା ଖସାଇ ଦେଇଛି ଏବଂ ଜଣେ ଭାରତୀୟ ପାଇଲଟଙ୍କୁ ଗିରଫ କରାଯାଇଛି।

ଅନ୍ୟପଟେ ସୁରକ୍ଷାକୁ ଦୃଷ୍ଟିରୁ ରଖି ଜମ୍ମୁକଶ୍ମୀରର ବିଭିନ୍ନ ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି । ବର୍ଡରର ନିକଟବର୍ତି ଲେହ, ଜମ୍ମୁ, ଶ୍ରୀନଗର ଓ ପଠାନକୋଟ ବିମାନବନ୍ଦରେ ହାଇ ଆଲର୍ଟ ଜାରି କରାଯାଇଛି ।


ସେପଟେ, ଭାରତ ପାକିସ୍ତାନରେ ଦ୍ୱିତୀୟ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବା ପରେ ପାକିସ୍ତାନର ସୂଚନା ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ ସମସ୍ତ ଭାରତୀୟ ଚଳଚ୍ଚିତ୍ରକୁ ପାକିସ୍ତାନରେ ବ୍ୟାନ୍‌ କରି ଦେଇଛନ୍ତି। ଦେଶରେ କୌଣସି ଭାରତୀୟ ଚଳଚ୍ଚିତ୍ର ରିଲିଜ୍‌ ହେବ ନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି। ଫଓ୍ଵାଦ ଚୌଧୁରୀ ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରେ ଟୁଇଟ୍‌ କରି ଲେଖିଛନ୍ତି ଯେ ‘ସିନେମା ପ୍ରଦର୍ଶନୀ ଆସୋସିଏସନ୍‌ ଭାରତୀୟ ସିନେମାକୁ ବାୟକଟ୍‌ କରୁଛି। ଏବେ କୌଣସି ବି ଭାରତୀୟ ଚଳଚ୍ଚିତ୍ରକୁ ପାକିସ୍ତାନରେ ରିଲିଜ୍‌ କରାଯିବ ନାହିଁ। ଏଥିସହିତ ପିଇଏମ୍‌ଆର୍‌ଏକୁ ଭାରତୀୟ ବିଜ୍ଞାପନ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂଚୀତ କରାଯାଇଛି।’