ଶ୍ରାବଣରେ ଶୁଖିଲା ! ଚିରସ୍ରୋତା ମହାନଦୀରେ ନାହିଁ ଝର

69

କନକ ବ୍ୟୁରୋ : ଶ୍ରାବଣରେ ଶୁଖିଲା ପଡ଼ିଛି ନଦୀଶର୍ଯ୍ୟା । ମହାନଦୀ ସାଙ୍ଗକୁ ଶାଖା ନଦୀଗୁଡ଼ିକରେ ବର୍ଷା ଦିନରେ ବି ପାଣି ନାହିଁ । ଜୀବନ ଧାରାରେ ଜଳାଭାବକୁ ନେଇ ଦେଖାଦେଇଛି ସଂକଟ । ମହାନଦୀର ସମସ୍ତ ଶାଖାନଦୀ ଏବେ ଶୁଖିଲା । ବର୍ଷା ଦିନ ସରିବାକୁ ବସିଥିଲେ ମଧ୍ୟ ଦେବୀ, ଦୟା, କୁଆଖାଇ, ଭାର୍ଗବୀ ନଦୀରେ ଏବେ ପାଣି ନାହିଁ । ଶୁଖିଲା ପଡିଛି ନଦୀ ଶଯ୍ୟା । ରାଜ୍ୟରେ ଦୁଇ ଦୁଇ ଥର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇସାରିଥିଲେ ବି ମହାନଦୀ ଓ ଶାଖା ନଦୀ ଶୁଖିଲା ପଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଆଶଙ୍କା କରାଯାଉଛି, ମହାନଦୀ ଉପରମୁଣ୍ଡରେ ଛତିଶଗଡ ବାନ୍ଧିଥିବା ବେଆଇନ ବନ୍ଧର ଏହା ହେଉଛି ପ୍ରଭାବ । ନା ପାଣି ଆସୁଛି, ନା ହୀରାକୁଦ ଗେଟ୍ ଲଗାତର ଭାବେ ଖୋଲୁଛି । ଏପରିକି ଜଳସ୍ତର କମଥିବାରୁ ଆନିକଟର ଗେଟ୍ ବି ଖୋଲାହୋଇନି । ପ୍ରତିବର୍ଷ ଅଗଷ୍ଟ ପ୍ରଥମ ସପ୍ତାହ ବେଳକୁ ନଦୀରେ ଜଳସ୍ତର ଖୁବ୍ ଅଧିକ ରହୁଥିବା ବେଳେ ଏ ବର୍ଷ ନଦୀ ଶୁଖିଛି । ବର୍ଷାଦିନେ ଯଦି ଏଭଳି ସ୍ଥିତି ତେବେ ଖରା ଦିନେ ପ୍ରଭାବ କଣ ରହିବ, ତାକୁ ନେଇ ଏବେଠାରୁ ବଢିଲାଣି ଚିନ୍ତା ।

ମହାନଦୀରେ ଛତିଶଗଡ ବାନ୍ଧିଲା ବନ୍ଧ । ଏଣିକି ପଡୋଶୀ ରାଜ୍ୟ ହାତରେ ରହିଲା ଓଡିଶାର ଚାବିକାଠି । ଛତିଶଗଡ ପାଣି ଛାଡିଲେ ଓଡିଶାରେ ଜଳପ୍ରବାବ ହେବ, ବଚେତ ଶୁଖିଯିବ ମହାନଦୀ ଭଳି ରାଜ୍ୟର ସବୁଠାରୁ ବଡ ନଦୀ । ବିଶେଷଜ୍ଞ କହିଛନ୍ତି, ଏହା ହେଉଛି ଛତିଶଗଡ ମନମାନୀର ପ୍ରଭାବ ।

ପ୍ରଶ୍ନ ଉଠୁଛି
– ରାଜ୍ୟ ସରକାର ଏବେ କରିବେ କଣ?
– ବର୍ଷାଦିନେ ନଦୀ ଶୁଖିଲା, ଚାଷ କାମ ହେବ କେମିତି?
– ଛତିଶଗଡର ମନମାନୀକୁ କିଭଳି ପ୍ରତିହତ କରିବ ଓଡିଶା?
– ପଡୋଶୀ ରାଜ୍ୟ କଣ ଆମର ଭାଗ୍ୟ ଲେଖିବ?