ଅକ୍ସଫାମର ରିପୋର୍ଟରେ ଆଶ୍ଚର୍ଯ୍ୟକର ତଥ୍ୟ ! ମୁକେଶ ଅମ୍ବାନୀଙ୍କ ପାଖରେ ରହିଛି ଭାରତ ସରକାରଙ୍କ ଜନକଲ୍ୟାଣ ଯୋଜନାରେ ଖର୍ଚ୍ଚ ହେଉଥିବା ଅର୍ଥରାଶିଠାରୁ ଅଧିକ ଟଙ୍କା

238

କନକ ବ୍ୟୁରୋ : ଆଶ୍ଚର୍ଯ୍ୟ କରିଦେବ ଅକ୍ସଫାମର ରିପୋର୍ଟ । ଦେଶର ମାତ୍ର ୯ ଧନୀଙ୍କ ନିକଟରେ ରହଛି ୫୦ ଲୋକଙ୍କ ସମ୍ପତି । କେନ୍ଦ୍ର ସରକାର ଲୋକଙ୍କ କଲ୍ୟାଣକାରୀ ଯୋଜନା ପାଇଁ ଯେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ତାଠାରୁ ଅଧିକ ସମ୍ପତ୍ତି ରହିଛି ରିଲାଏନ୍ସ ଇଣ୍ଡଷ୍ଟ୍ରି ମୁଖ୍ୟ ମୁକେଶ ଅମ୍ବାନୀଙ୍କ ପାଖରେ । ଏଭଳି ଚମକପ୍ରଦ ତଥ୍ୟ ଆସିଛି ଅନ୍ତର୍ଜାତୀୟ ସଂସ୍ଥା ଅକ୍ସଫାନ କରାଯାଇଥିବା ସର୍ଭେରୁ । ଅକ୍ସଫାମ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଦେଶର ଲୋକଙ୍କ ସ୍ୱାସ୍ଥ୍ୟ, ପରିମଳ, ପିଇବା ପାଣି ଓ ଅନ୍ୟାନ୍ୟ ସେବା ପାଇଁ କେନ୍ଦ୍ର ଓ ରାଜ୍ୟଗୁଡିକ ଯେେତେ ଖର୍ଚ୍ଚ କରୁଛି ତଠାରୁ ଅଧିକ ସମ୍ପତି ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ପାଖରେ ଅଛି ।

ରିପୋର୍ଟରେ ଆହୁରି ବି କୁହାଯାଇଛି ଯେ, ଗତବର୍ଷ ଦେଶରେ ଥିବା କୋଟିପତିଙ୍କ ସମ୍ପତ୍ତିରେ ଦୈନିକ ୨୨ ଶହ କୋଟି ଟଙ୍କା ବୃଦ୍ଧି ପାଇଛି । ଦେଶ୍ର ୧ ପ୍ରତିଶତ ଲୋକଙ୍କ ସମ୍ପତି ଗତବର୍ଷ ୩୯ ପ୍ରତିଶତ ହିସାବରେ ବଢିଛି । ଭାରତର ପ୍ରାୟ ୫୦ ପ୍ରତିଶତ ଲୋକଙ୍କ ସମ୍ପତ୍ତି ମାତ୍ର ୯ ଜଣ କୋଟିପତିଙ୍କ ନିକଟରେ ରହିଛି । ସେହିଭଳି ରିପୋର୍ଟରେ ଆହୁରି କୁହାଯାଇଛି ଯେ, ବିଶ୍ୱରେ ରହିଥିବା କୋଟପତିଙ୍କ ସମ୍ପତି ଦୈନିକ ୧୨ ପ୍ରତିଶତ ହାରରେ ବଢିଛି ।

ଅନ୍ୟପକ୍ଷରେ ବିଶ୍ୱରେ ରହିଥିବା ଗରିବଙ୍କ ସମ୍ପତି୧୧ ପ୍ରତିଶତ ହ୍ରାସ ପାଇଛି । ମୋଟ ଜନସଂଖ୍ୟାର ୧୦ ପ୍ରତିଶତ ଅର୍ଥାତ ୧୩,୬ କୋଟି ଗରିବ ଅଛନ୍ତି । ୨୦୧୮ରେ ଦେଶରେ ପ୍ରାୟ ୧୮ ନୂଆ ଧନୀ ସୃଷ୍ଟି ହୋଇଥିଲେ । ବର୍ତମାନ ମୋଟ ଧନୀଙ୍କ ସଂଖ୍ୟା ୧୧୯ରେ ପହଂଚିଛି । ଡାଭୋସରେ ବିଶ୍ୱ ଆର୍ଥିକ ଫୋରମ ହେବାକୁ ଥିବାବେଳେ ଅକ୍ସଫାମର ରିପୋର୍ଟ ବିଶେଷ ଗୁରୁତ୍ୱ ବହନ କରୁଛି