କଲେଜ କ୍ୟାମ୍ପସରେ ମୋବାଇଲ୍ ମନା ! ଛାତ୍ରଛାତ୍ରୀଙ୍କ ବିରୋଧ

19

କନକ ବ୍ୟୁରୋ : କଲେଜରେ ମୋବାଇଲ ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ସରକାରଙ୍କ ନିକଟରେ ପହଂଚିଛି ପ୍ରସ୍ତାବ । ଆରପଟେ ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । କାରଣ ମୋବାଇଲ ଫୋନ ଏବେ ପ୍ରତ୍ୟେକଙ୍କ ପାଇଁ ଏକ ଅତି ଅପରିହାର୍ଯ୍ୟ ଉପକରଣ । ପରିବାରଠାରୁ ଦୂରରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଯୋଗାଯୋଗ ରକ୍ଷା କରିବାକୁ ଏହା ପ୍ରମୁଖ ମାଧ୍ୟମ ।

କ୍ୟାମ୍ପସ୍ କିମ୍ବା କ୍ଲାସରୁମରେ ମୋବାଇଲ ଫୋନ ବ୍ୟବହାର ନେଇ ସରକାରଙ୍କ ନିକଟରେ ଅଭିଯୋଗ ପହଞ୍ଚିଛି । ଏହାପରେ ଉଚ୍ଚଣିକ୍ଷା ବିଭାଗ ବିଭିନ୍ନ ମହଲରୁ ପରାମର୍ଶ ଲୋଡିଛି । ଏପରିକି ଶିକ୍ଷକମାନଙ୍କ ଉପରେ ବି ଅଙ୍କୁଶ ଲାଗିପାରେ ବୋଲି ଚର୍ଚ୍ଚା ହେଉଛି ।

ମୋବାଇଲ ଏକ ମନେରଞ୍ଜନର ଉପକରଣ ନା ଏହା ଏକ ଆବଶ୍ୟକୀୟ ଉପକରଣ । ପ୍ରଥମେ ସରକାର ଏବିଷୟରେ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିବା ଦରକାର ।

କାରଣ ଏହି ପ୍ରସଙ୍ଗ ଅନେକ ପ୍ରଶ୍ନ ସୃଷ୍ଟି କରୁଛି …

୧- ସରକାରଙ୍କ ଏହି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ପାଇଁ ଅଡୁଆ ସୃଷ୍ଟି କରିବ ନାହିଁ ତ?
୨- ବିିଶେଷ କରି ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ମୋବାଇଲ ବ୍ୟାନ ନିଷ୍ପତ୍ତି ବିପଦ ସୃଷ୍ଟି କରିବ ନାହିଁ ତ?
୩- ଯଦି ମୋବାଇଲକୁ ବ୍ୟାନ୍ କରାଯିବ ତାହେଲେ ୱାଇଫାଇ କ୍ୟାମ୍ପସ କରିବାର ଯଥାର୍ଥତା କଣ?