କନ୍ଧମାଳ ଏନକାଉଂଟରରେ ୫ ସାଥୀଙ୍କୁ ହରାଇ ପ୍ରତିହିଂସାପରାୟଣ ଲାଲ ବାହିନୀ ! ମାଓବାଦୀଙ୍କ ଆଜି ୪ଟି ଜିଲ୍ଲାରେ ବନ୍ଦ ଡାକରା

45

କନକ ବ୍ୟୁରୋ : କନ୍ଧମାଳ ଏନକାଂଉଟର ପ୍ରତିବାଦରେ ପ୍ରତିହିଂସାପରାଣ ହୋଇଛନ୍ତି ମାଓବାଦୀ । ଏହାର ପ୍ରତିବାଦରେ ୪ ଜିଲ୍ଲାରେ ମାଓବାଦୀ ବନ୍ଦ ଡକରା ଦେଇଛନ୍ତି । କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରେ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପାଳନ ନେଇ ବିଭିନ୍ନ ଜାଗାରେ ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିିଛି । କନ୍ଧମାଳ ଏନକାଉଂଟରରେ ୫ ମାଓବାଦୀଂକ ମୃତ୍ୟୁ ପ୍ରତିବାଦରେ ଏହି ବନ୍ଦ ପାଳନ କରୁଛି ଲାଲ୍ ବାହିନୀ । ଗତ ୧୨ ଓ ୧୩ରେ ସୁଡୁକୁମ୍ପା ଜଂଗଲରେ ମାଓ କ୍ୟାମ୍ପ ଚାଲିଥିବା ଖବର ମିଳିଥିଲା । ଏହାପରେ କୁମ୍ବିଂ ଅପରେସନ କରିଥିଲା କନ୍ଧମାଳ ପୁଲିସ୍ ।

କୁମ୍ବିଂ ଅପେରେସନ ବେଳେ ଏନକାଂଟରରେ ୫ ମାଓବାଦୀ ନିହତ ହୋଇଥିଲେ । ପୁଲିସ ସେଠାରୁ ବହୁ ମାଓ ସାମଗ୍ରୀ ଓ ବନ୍ଧୁକ ଜବତ କରିଥିଲା । ଏହି କମ୍ବିଂ ଅପରେସନରେ ପୁଲିସକୁ ସଫଳତା ମିଳିଥିଲା ପରେ ପୁଲିସ ଡିଜି ଫୁଲବାଣୀ ଆସି ମାଓ ଦମନ ନେଇ ସମୀକ୍ଷା କରିବା ପରେ ପୁଲିସର ମନୋବଳ ବୃଦ୍ଧି ପାଇଥିଲା । ହେଲେ, ଏସବୁ ପରେ ବି କନ୍ଧମାଳରେ ଏବେ ମାଓବାଦୀ ସେମାନଙ୍କ ସ୍ଥିତି ଜାହିର କରିବା ଉଦ୍ୟମ ଅବ୍ୟାହତ ରଖିଛନ୍ତି । ଏହାର ପ୍ରତିବାଦରେ ବନ୍ଦ ଡାକରା ଦେଇଛି ମାଓ ସଂଗଠନ । ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । କୌଣସି ଅପ୍ରିତିକର ପରିସ୍ଥିତି ଏଡ଼ାଇବାକୁ ସତର୍କ ରହିଛନ୍ତି ଜିଲ୍ଲା ପ୍ରଶାସନ । ମାଓବାଦୀ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଛନ୍ତି ।