ସମ୍ପର୍କର ସେତୁକୁ ବିରୋଧ : ଶହୀଦ ମାଓ ସ୍ତୁପ ସ୍ଥାପନ କରିବା ସହ ପୋଷ୍ଟର ମାରି ସ୍ଥିତି ଜାହିର କଲେ ମାଓବାଦୀ

34

କନକ ବ୍ୟୁରୋ: ମାଲକାନଗିରିରେ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ । ଏନେଇ ଆଜି ଗୁରୁପ୍ରିୟା ସେତୁକୁ ବିରୋଧ କରି ସହୀଦ୍ ସ୍ତମ୍ବ ସ୍ଥାପନ କରିବା ସହ ବ୍ୟାନର ମାରି ସରକାରଙ୍କ ଖୁଲମଖୋଲା ନାଲିଆଖି ଦେଖାଇଥିବା ଦର୍ଶାଇଛନ୍ତି ମାଓବାଦୀ । ମାଲକାନଗିରି କୋରାପୁଟ ବିଶାଖପାଟଣା ଡିଭିଜନ କମିଟି ପକ୍ଷରୁ ଗୁରୁପ୍ରିୟା ସେତୁକୁ ବିରୋଧ କରି ପୋଷ୍ଟର ମରାଯାଇଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ଗୁରୁପ୍ରିୟା ସେତୁକୁ ବିରୋଧ କରିବା, ମାଓବାଦୀ ସଂଗଠନ ସୁଦୃଢ଼ କରିବା ପାଇଁ ପୋଷ୍ଟରରେ ଆହ୍ୱାନ ଦେଇଛନ୍ତି ମାଓବାଦୀ ।

ଏହା ସହିତ ଚିତ୍ରକୋଣ୍ଡା ବ୍ଲକର କୁରମାନୁର ଛକ ନିକଟରେ ଏକ ଶହୀଦ୍ ସ୍ତମ୍ଭ ନିର୍ମାଣ କରିଛନ୍ତି । ସେପଟେ ପୋଲିସ ଓ ପ୍ରଶାସନକୁ ଖୋଲା ଚ୍ୟାଲେଂଜ ଦେଇଛନ୍ତି । କେବଳ ଏତିକି ନୁହେଁ ମାଲକାନଗିରିର ସ୍ୱାଭିମାନ ଅଂଚଳରେ ପ୍ରଜାମେଳି ମଧ୍ୟ କରିଛନ୍ତି ମାଓବାଦୀ ବୋଲି ସୂଚନା ମିଳିଛି । ଏହି ପ୍ରଜାମେଳିରେ ସମ୍ପର୍କର ସେତୁ ଗୁରୁପ୍ରିୟାକୁ ବିରୋଧ କରିଥିବା ମଧ୍ୟ ଖବର ମିଳିଛି । ତେବେ ଅଭିଯୋଗ କରିଛନ୍ତି, ସରକାର ସ୍ୱାଭିମାନ ଅଂଚଳର ବିକାଶ ପାଇଁ ନୁହେଁ ବରଂ ଖଣି ଲୁଟିବାକୁ ଗୁରୁପ୍ରିୟା ଗଢିଛନ୍ତି । ଗୁରୁପ୍ରିୟାକୁ ମାଓବାଦୀଙ୍କ ବିରୋଧ ପରେ ସେତୁ ଅଂଚଳରେ ବଢିଛି ସୁରକ୍ଷା ବ୍ୟବସ୍ଥା । ଏଥିସହ କମ୍ବିଂ ଅପରେସନ ଜୋରଦାର କରିବା ପାଇଁ ସଜାଗ ରହିଛି ପୋଲସ୍ ।

ଗୁରୁପ୍ରିୟା ସେତୁ ଉଦଘାଟନ ପରଠାରୁ ମାଓବାଦୀଙ୍କ ଆଖି ସମ୍ପର୍କର ସେତୁକୁ ବିରୋଧ କରିବା ଯେଉଁଥି ପାଇଁ ଭିନ୍ନ ଭିନ୍ନ ତରିକା ସହ ମାଲକାନଗିରୀର ବିଭିନ୍ନ ସ୍ଥାନରେ ଶହୀଦ ମାଓ ସ୍ତୁପ କରିବା ସହ ପୋଷ୍ଟର ବ୍ୟାନର ମାରିବା ଏକ ପ୍ରକାର ସରକାର ଏବଂ ସ୍ଥାନୀୟ ପ୍ରଶାସନର ନିଦ ହଜାଇଛି । ତେବେ ଗୁରୁପ୍ରିୟାକୁ ସୁରକ୍ଷା ଦେବା ପାଇଁ ସିସିଟିଭି ଜରିଆରେ ନଜର ରଖିଛନ୍ତି ସୁରକ୍ଷା ବାହିନୀ । କିନ୍ତୁ ବ୍ୟାନରେ ସିଧାସଳଖ ଭାବେ ଉଲ୍ଲେଖ କରି ମାଓବାଦୀ ଏକ ପ୍ରକାର ପତିଆରା ଜାହିର କରିବା ପାଇଁ ଖୁଲମଖୋଲା ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଥିବେ ସ୍ପଷ୍ଟ ହୋଇଛି ।