ବେରୋଜଗାରୀଙ୍କ ପାଇଁ ଖୁସି ଖବର: ୮ମ, ୧୦ମ, ଦ୍ୱାଦଶ ଏବଂ ଗ୍ରାଜୁଏଟଙ୍କ ପାଇଁ ଖୋଲିଲା ନିଯୁକ୍ତିର ପସରା, ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା
ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ତରଫରୁ Trade attendant ପଦବୀରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଯଦି ଆପଣ ଏଥିପାଇଁ ଇଚ୍ଛୁକ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ଦିଗପ୍ରତି ଧ୍ୟାନ ଦିଅନ୍ତୁ ।
Kanak News is now on WhatsApp
Join and get latest news updates delivered to you via WhatsApp
ପଦବୀ ସଂଖ୍ୟା: ୧୪୨ ପଦବୀ ଉପରେ ବିଜ୍ଞପ୍ତି ପ୍ରକାଶ ପାଇଛି
ପଦବୀ ସଂପର୍କିତ ତଥ୍ୟ: Trade attendant
ଯୋଗ୍ୟତା: ଆଶାୟୀପ୍ରାର୍ଥୀ କୌଣସି ବି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ୮ମ, ୧୦ମ , ଦ୍ୱାଦଶ , ଆଇଟିଆଇ ସାର୍ଟିଫିକେଟ କୋର୍ସ, ବିକମରେ ଗ୍ରାଜୁଏସନ କରିଥିବା ଆବଶ୍ୟକ ।
ବୟସ ସୀମା: ୧୮ରୁ ୨୪ ବର୍ଷ ବୟସ ହୋଇଥିବା ଆବଶ୍ୟକ ।
ଚୟନ ପ୍ରକ୍ରିୟା: ଆଶାୟୀପ୍ରାର୍ଥୀଙ୍କର ଚୟନ ଉକ୍ତ ଯୋଗ୍ୟତା ଅନୁସାରେ ତଥା ମାର୍କ ଆଧାରରେ କରାଯିବ ।
ଶେଷ ତାରିଖ: ୧୨ ଅଗଷ୍ଟ ୨୦୧୮
ଆବେଦନ ଶୁଳ୍କ : ନିଶୁଳ୍କ ଅଟେ ।
କିଭଳି କରିବେ ଆବେଦନ: ଇଚ୍ଛୁକ ଆଶାୟୀପ୍ରାର୍ଥୀ ଆଧିକାରୀକ ୱେବସାଇଟ ତଥା www.cpcl.co.in କୁ ଯାଇ ଆବେଦନ କରିପାରିବେ ।