ତାଳଚେର ଗୁଳିକାଣ୍ଡ ମାମଲା : ରିମାଣ୍ଡ ଆବେଦନ ଖାରଜ କରି ମହିମା ମିଶ୍ରଙ୍କୁ ଜାମିନ୍ ଦେଲେ ତାଳଚେର କୋର୍ଟ

42

କନକ ବ୍ୟୁରୋ : ମହିମା ମିଶ୍ରଙ୍କୁ ଜାମିନ୍ । ୨୦୧୧ରେ ତାଳଚେରରେ ଏକ ଗୁଳିକାଣ୍ଡ ମାମଲାରେ ମହିମାଙ୍କୁ ଜାମିନ୍ ଦେଇଛନ୍ତି ତାଳଚେର କୋର୍ଟ । କୋଇଲା ପରିବହନକୁ ନେଇ ମହିମାଙ୍କ ଓଏସଏଲ କଂପାନୀ ଓ ଜଲାରାମ ଟ୍ରାନ୍ସପୋର୍ଟ କଂପାନୀ ମଧ୍ୟରେ ବିବାଦକୁ ନେଇ ଗୁଳିକାଣ୍ଡ ହୋଇଥିଲ। । ଜଲାରାମ କଂପାନୀର ମ୍ୟାନେଜରଙ୍କୁ କିଛି ଦୁର୍ବୃତ ଗୁଳିମାଡ କରିଥିଲେ । ଯେଉଁଥିରେ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ ।

ଏହି ମାମଲାରେ ସେତେବେଳେ ମହିମା ମିଶ୍ରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ପାରାଦୀପ ସିୱେଜ୍ ସିପିଂ ମ୍ୟାନେଜର ହତ୍ୟା ମାମଲାରେ ମହିମାଙ୍କ ଗିରଫଦାରୀ ପରେ ତାଳଚେର ପୋଲିସ ମହିମାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ତେବେ କୋର୍ଟ ଏହାକୁ ଖାରଜ କରିବା ସହ ଏହି ମାମଲାରେ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ସେପଟେ ମହିମାଙ୍କୁ ମିଛରେ ଫସା ଯାଉଥିବା ତାଙ୍କ ଓକିଲ କହିଛନ୍ତି ।