ମଧ୍ୟ ପ୍ରଦେଶରେ ଟି୨୦ ଭଳି ମୁକାବିଲା : ଅନ୍ତିମ ସିଟ୍ କରିବ ବିଜେତା ଘୋଷଣା

ଯଦି ୨ଦଳଙ୍କ ମଧ୍ୟରେ ଟାଇ ହୋଇଯାଏ ତା’ ହେଲେ ଶେଷ ଫଇସଲା ବିଏସପି ହାତକୁ ଆସିବ ।

347

ପାଂଚଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ସବୁଠାରୁ ରୋମାଂଚକର ନିର୍ବାଚନ ମଧ୍ୟପ୍ରଦେଶରେ ହେଉଥିବା ଦେଖିବାକୁ ମିଳୁଛି । ୧୨ ଟା ୩୦ ପର୍ଯ୍ୟନ୍ତ କଂଗ୍ରେସ ଓ ବିଜେପିର ବଢ଼ୁଥିବା ଆକଳନ ସମାନରେ ଝୁଲୁଥିଲା । ସର୍ବନିମ୍ନ ୩ ଥର ବିଜେପି ଓ ୩ ଥର କଂଗ୍ରେସ ବହୁମତକୁ ଛୁଇଁ ତଳକୁ ଖସିଲେଣି । ଏପର୍ଯ୍ୟନ୍ତର ଆକଳନରୁ ଜଣାପଡୁଛି କି, ମଧ୍ୟପ୍ରଦେଶର ମଧ୍ୟ ଭାଗରେ ଓ ବିନ୍ଧ୍ୟ କ୍ଷେତ୍ରରେ ବିଜେପିର ସିଟ୍ ବଢ଼ିଛି । ଅନ୍ୟ ଭାଗରେ କଂଗ୍ରେସ ଆଗରେ ଅଛି । ବୁନ୍ଦେଲଖଣ୍ଡ ଅଂଚଳରେ କଡା ମୁକାବିଲାରେ ବିଜେପି ଭାରୀ ପଡିଛି ।

ଏହି ଫଳାଫଳକୁ ଦେଖି ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈାହାନ ଦେଇଥିବା ବୟାନ ମନେପଡେ କି ତାଙ୍କ ଠାରୁ ବଡ ନିର୍ବାଚନ ସର୍ଭେ କରୁଥିବା ବ୍ୟକ୍ତି କେହି ନାହାଁନ୍ତି । ଅନ୍ୟ ପଟେ ଦିଗବିଜୟ ସିଂହଙ୍କ କଥା ମନେପଡୁଛି କି କଂଗ୍ରେସ ସର୍ବନିମ୍ନ ୧୨୬ଟି ସିଟ୍ ହାସଲ କରିବ । ମତଗଣନା ଯେଭଳି ଧିରେ ଧିରେ ଆଗକୁ ବଢ଼ୁଛି , ସେମିତି ନିର୍ବାଚନର ପରିଣାମ ଉପରେ ଶୀଘ୍ର ଅନ୍ଦାଜା ଲଗାଇବା ଠିକ୍ ହେବନି । ଏହି ନିର୍ବାଚନ ଏବେ ଟି୨୦ ମ୍ୟାଚ ଭଳି ହୋଇଗଲାଣି । ଯେଉଁଥିରେ ପ୍ରତ୍ୟେକ ଓଭର ଓ ବଲ୍ ସହିତ ୱିକେଟ୍ ଓ ରନ୍ ରେଟ୍ ସମୀକରଣ ବଦଳୁଥାଏ । ଏମିତିରେ ଯେପର୍ଯ୍ୟନ୍ତ ମଧ୍ୟ ପ୍ରଦେଶର ଅନ୍ତିମ ସିଟର ଫଳାଫଳ ସାମନାକୁ ନଆସିଛି । ସେ ପର୍ଯ୍ୟନ୍ତ କିଛି କହିବା ଠିକ୍ ହେବନି । ଯଦି ୨ଦଳଙ୍କ ମଧ୍ୟରେ ଟାଇ ହୋଇଯାଏ ତା’ ହେଲେ ଶେଷ ଫଇସଲା ବିଏସପି ହାତକୁ ଆସିବ ।