ପୌରାଣିକ ଲୋକକଥାରେ ଶ୍ରୀବିଗ୍ରହଙ୍କ ଅଧୁରା ମୁରତୀ ! ତେବେ ଏହି କାରଣରୁ ଆଜି ବି ଅଧୁରା ରହିଛି ଶ୍ରୀବିଗ୍ରହଙ୍କ ମୂର୍ତ୍ତୀ

194

ସବୁ ମନ୍ଦିର ତଥା ପବିତ୍ର ସ୍ଥାନ ସହ ଜଡିତ କିଛି ନା କିଛି ଲୋକକଥା ଥାଏ । ଏହି ପ୍ରଚଳିତ ଲୋକକଥା ଆଗକୁ ଯାଇ ଶ୍ରଦ୍ଧାଳୁଙ୍କୁ ଉକ୍ତ ସ୍ଥାନକୁ ଆସିବା ପାଇଁ ପ୍ରଭାବିତ କରିଥାଏ । ପୁରୀ ଜଗନ୍ନାଥ ମନ୍ଦିରରେ ପ୍ରଚଳିତ ଏକ ଲୋକକଥା ମଧ୍ୟ ଖୁବ୍ ପ୍ରଚଳିତ । ପ୍ରଚଳିତ କଥା ଅନୁସାର ମାତା ଯଶୋଦା,ଦେବକୀ ଏବଂ ତାଙ୍କ ଭଉଣୀ ସୁଭଦ୍ରା ବୃନ୍ଦାବନରୁ ଦ୍ୱାରିକା ଆସିଥିଲେ । ତାଙ୍କ ସହ ଆସିଥିବା ଅନ୍ୟ ରାଣୀ ତାଙ୍କୁ ନିବେଦନ କରିଥିଲେ ଯେ ସେ ତାଙ୍କୁ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ସଂପର୍କରେ କୁହନ୍ତୁ । ଏହି କଥାରେ ମାତା ଯଶୋଦା ଏବଂ ଦେବକୀ ରାଣୀମାନଙ୍କୁ ଶ୍ରୀକୃଷ୍ଣ ବାଲ୍ୟଲୀଳା ଶୁଣାଇବାକୁ ରାଜି ହୋଇଗଲେ ଏବଂ ତାଙ୍କ କଥାକୁ ଶ୍ରୀକୃଷ୍ଣ ଏବଂ ବଳରାମ ନ ଶୁଣିବା ପାଇଁ ମାତା ସୁଭଦ୍ରା କବାଟରେ ପ୍ରହରା ଦେଲେ ।

ମାତା ଯଶୋଦା ଶ୍ରୀକୃଷ୍ଣଙ୍କ ଲୀଳାର ଗାଥା ଆରମ୍ଭ କରିଥିଲେ ଏବଂ ମନ୍ତ୍ରମୁଗ୍ଧ ହୋଇ ଶ୍ରୀକୃଷ୍ଣ ଗାଥା ଶୁଣିବାକୁ ଲାଗିଲେ । ମାତା ସୁଭଦ୍ରା ମଧ୍ୟ ଏଭଳି ମନ୍ତ୍ରମୁଗ୍ଧ ହେଲେ ଯେ ପ୍ରହରା କଥା ଭୁଲି ଗାଥା ଶୁଣିବାକୁ ଲାଗିଲେ । ଏଥିମଧ୍ୟରେ ଦୁଇଭାଇ କୃଷ୍ଣ ଏବଂ ବଳରାମ ସେଠାକୁ ଆସିଗଲେ ଯାହାର ଖବର କାହାରିକୁ ଲାଗିନଥିଲା । ଭଗବାନ କୃଷ୍ଣ ଏବଂ ଜ୍ୟୋଷ୍ଠଭ୍ରାତା ବଳରାମ ମାତା ଯଶୋଦାଙ୍କ ମୁଖରୁ ନିଜ ବାଲ୍ୟଲୀଳା ଶୁଣିବାକୁ ଲାଗିଲେ । ନିଜ ଚାପଳପଣ ଏବଂ କ୍ରୀଡା କଥା ଶୁଣି ଶୁଣି ଦୁଇ ଭାଇଙ୍କ ଚୁଟି ଠିଆ ହେବାକୁ ଲାଗିଥିଲା ଏବଂ ଆଶ୍ଚର୍ଯ୍ୟ କାରଣରୁ ଆଖି ବଡ ହେବାକୁ ଲାଗିଥିଲା ଏବଂ ମୁହଁ ଖୋଲା ହୋଇ ରହିଥିଲା । ଏପଟେ ମାତା ସୁଭଦ୍ରା ମଧ୍ୟ ମନ୍ତ୍ରମୁଗ୍ଧ ହୋଇ ପ୍ରେମଭାବରେ ତରଳିବାକୁ ଲାଗିଲେ । ଏହି କାରଣରୁ ଜଗନ୍ନାଥ ମନ୍ଦିରରେ ସୁଭଦ୍ରାଙ୍କ ଲମ୍ବ ଛୋଟ । କୃଷ୍ଣଲୀଳା ଶୁଣୁଥିବା ସମୟରେ ଉକ୍ତ ସ୍ଥାନକୁ ବେଦମୁନି ନାରଦ ଆସିଥିଲେ । ନାରଦ ମୁନିଙ୍କ ଆସିବାକୁ ସମସ୍ତେ ଜାଣିସାରିଥିଲେ ତେଣୁ କୃଷ୍ଣଲୀଳାକୁ ଅଧାରେ ବନ୍ଦ କରିଦେଇଥିଲେ । ପ୍ରଭୂ ଶ୍ରୀକୃଷ୍ଣଙ୍କ ବାଚାଳ ଏବଂ ସୋମ୍ୟ ମୁଖମଣ୍ଡଳକୁ ଦେଖି ନାରଦ ମୁନି କହିଥିଲେ , “ଆପଣ କେତେ ସୋମ୍ୟ ଲାଗୁଛନ୍ତିି ପ୍ରଭୁ , ଆପଣ ଏହି ରୁପରେ କେବେ ଅବତାର ନେବେ?” ସେତେବେଳେ ପ୍ରଭୂଙ୍କ ଶ୍ରୀମୁଖରୁ ପଦଟୁଏ ବାହାରିଥିଲା ଯେ “କଳିଯୁଗରେ ନେବି” ।

କଥା ଅନୁସାର କଳିଯୁଗରେ ପ୍ରଭୂ ଶ୍ରୀକୃଷ୍ଣ ରାଜା ଇନ୍ଦ୍ରଦ୍ୟୁମ୍ନ ସ୍ୱପ୍ନରେ ଆସି ଏବଂ ପୁରୀ ସମୁଦ୍ର କୂଳରେ ଏକ ଗଛ ମୂଳେ ତାଙ୍କ ବିଗ୍ରହ ପ୍ର୍ରସ୍ତୁତ କରି ମନ୍ଦିରରେ ସ୍ଥାପିତ କରିବାକୁ କହିଥିଲେ । ପ୍ରଭୂଙ୍କ ଆଦେଶନୁସାର ରାଜା ଏହି କାମ ପାଇଁ ଦକ୍ଷ ବଢେଇଙ୍କୁ ଖୋଜିବା ଆରମ୍ଭ କରିଦେଲେ । କିଛି ଦିନର ଅନ୍ତରାଳରେ ତାଙ୍କୁ ଜଣେ ବୁଢା ବ୍ରାହ୍ମଣ ମିଳିଲେ ଏବଂ ସେ ରାଜାଙ୍କୁ ବିଗ୍ରହ ପ୍ରସ୍ତୁତ କରିବା ପାଇଁ ଇଚ୍ଛା ଜାହିର କଲେ । କିନ୍ତୁ ବ୍ରାହ୍ମଣ ରାଜାଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ ଯେ ସେ ଏକ ନିବୁଜ କୋଠରୀରେ ମୂର୍ତ୍ତୀ ପ୍ରସ୍ତୁତ କରିବେ ଏବଂ ସେ କାମ କରୁଥିବା ସମୟରେ କେହି କୋଠରୀର କବାଟ ଖୋଲିବେ ନାହିଁ । ଯଦି ଏଭଳି ହୁଏ ତେବେ ସେ ଅଧାରୁ କାମ ଛାଡି ଚାଲିଯିବେ ।

ପ୍ରଥମେ ପ୍ରଥମେ କାମର ଶବ୍ଦ ଶୁଭୁଥିଲା କିନ୍ତୁ କିଛି ଦିନ ପରେ କୋଠରୀରୁ ଶବ୍ଦ ଆସିବା ବନ୍ଦ ହୋଇଗଲା । ରାଜା ଚିନ୍ତାରେ ପଡିଗଲେ ଯେ ସେ କୋଠରୀ ଖୋଲି ଦେଖିବେ ନା ନାହିଁ । ବୁଢା ବ୍ରାହ୍ମଣଙ୍କ ସ୍ୱାସ୍ଥ୍ୟବସ୍ତା କଥା ଧ୍ୟାନରେ ରଖି ରାଜା କୋଠରୀର ଦ୍ୱାର ଖୋଲିଦେଲେ । କବାଟ ଖୋଲିବା ସମୟରେ ସାମ୍ନାରେ ତାଙ୍କୁ ଅର୍ଦ୍ଧ ବିଗ୍ରହ ଦେଖିବାକୁ ମିଳିଲେ । ସେତେବେଳେ ରାଜା ଜାଣିପାରିଥିଲେ ଯେ ବୁଢା ବ୍ରାହ୍ମଣ ଆଉ କିଏ ନଥିଲେ ସେ ଥିଲେ ଜଗତର ସର୍ବଶ୍ରେଷ୍ଠ କାରିଗର ବିଶ୍ୱକର୍ମା । ରାଜା ଅଧୁରା ବିଗ୍ରହକୁ ହିଁ ମନ୍ଦିରରେ ସ୍ଥାପିତ କରିଥିଲେ । ଏହି କାରଣରୁ ଜଗନ୍ନାଥ ମନ୍ଦିରରେ କୌଣସି ପ୍ରସ୍ତର କିମ୍ବା ଅନ୍ୟ ଧାତୁର ମୂର୍ତ୍ତୀ ନାହିଁ କେବଳ କାଠ ମୂର୍ତ୍ତୀ ବ୍ୟବହାର କରାଯାଇ ପୂଜା କରାଯାଉଛି ।