କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ ! କହିଲେ, ମୋଦୀଙ୍କୁ ଭୋଟ ଦେଇଥିଲ ବିକାଶ କଥା ତାଙ୍କୁ କୁହ ଦେଶ ବିଦେଶ By Kanak News Bureau On Jun 27, 2019 - 10:29 AM Last updated Jun 27, 2019 - 10:31 AM source : zeetv 221 Share କନକ ବ୍ୟୁରୋ : ବୁଧବାର ଦିନ ରାଇଚୁର ଜିଲ୍ଲାସ୍ଥିତ ୟେରମାରୁସ ଥର୍ମାଲ୍ ପାଓ୍ଵାର୍ ଷ୍ଟେସନର କର୍ମଚାରୀମାନେ ଉଚିତ ମଜୁରି ଏବଂ ଅନ୍ୟାନ୍ୟ କେତେକ ସମସ୍ୟା ଉଠାଇ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ବସ୍ ଅଟକାଇବାରୁ ସେ ରାଗିଯିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ବିଦ୍ରୂପ କଲେ। ରାଗରେ ମୁଖ୍ୟମନ୍ତ୍ରୀ ଚିତ୍କାର କରି କର୍ମଚାରୀମାନଙ୍କୁ କହିଲେ କି, ସେମାନେ ନରେନ୍ଦ୍ର ମୋଦୀଙ୍କୁ ଭୋଟ୍ ଦେଇଛନ୍ତି। କାର୍ଯ୍ୟ ହାସଲ ପାଇଁ ତାଙ୍କ ନିକଟକୁ ଯିବା ଉଚିତ ନୁହେଁ କି। ସେ ଆହୁରି ସେମାନଙ୍କୁ କହିଲେ କି, କାମ କରାଇବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୁହ। Kanak News is now on WhatsApp Join and get latest news updates delivered to you via WhatsApp Join Now ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ତୁମ୍ଭେମାନେ ନରେନ୍ଦ୍ର ମୋଦୀଙ୍କୁ ଭୋଟ୍ ଦେଲ। ଏବେ କାମ ପାଇଁ ମୋ ପାଖକୁ ଆସୁଛ? ମୋଦୀଙ୍କୁ ଭୋଟ୍ ଦେଇ ତୁମେ ଏଇଆ ପାଇଲ। ଯାଇ ତାଙ୍କୁ କୁହ। ଲୋକମାନଙ୍କୁ ସମ୍ମାନ ଦେବା ଜାଣ। ଏହା ପରେ ମୁଖ୍ୟମନ୍ତ୍ରୀ ଗାଡ଼ି ସେ ସ୍ଥାନରୁ ଚାଲି ଯାଇଥିଲା। ପୂର୍ବରୁ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ‘ଲଜ୍ଜା’ ‘ଲଜ୍ଜା’ ବୋଲି ସ୍ଲୋଗାନ୍ ଦେଇଥିଲେ। ‘ଗ୍ରାମ ବାସ୍ତବ୍ୟ’ (ଗ୍ରାମ ରହଣି) ଯାତ୍ରାରେ ମୁଖ୍ୟମନ୍ତ୍ରୀ ରାଇଚୁର ଯାଇଥିଲେ। 221 Share FacebookTwitterGoogle+WhatsAppTelegramEmailPrint