ଆଇପିଏଲ ଦଶମ ସଂସ୍କରଣର ନିଲାମି ପକ୍ରିୟା ଆରମ୍ଭ ! ଇଂଲଣ୍ଡର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ୍ ସବୁଠାରୁ ଦାମି ଖେଳାଳି

73

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପାଇଁ ଆଜି ଆରମ୍ଭ ହୋଇଛି ଖେଳାଳିଙ୍କ ନିଲାମି ପ୍ରକ୍ରିୟା ।ଆଜି ବାଙ୍ଗାଲୋରରେ ଏହି ପ୍ରକ୍ରିୟା ଚାଲିଛିି । ଦଶମ ସଂସ୍କରଣ ପାଇଁ ଏହି ନିଲାମି କରାଯାଉଛି । ପ୍ରକିୟା ଆରମ୍ଭରୁ କିଙ୍ଗ୍ସ ପଞ୍ଜାବ ଇଂଲଣ୍ଡର ଖେଳାଳି ଇୟାନ୍ ମୋର୍ଗାନଙ୍କୁ ୨କୋଟିରେ କ୍ରୟ କରିଛି । ଆଜିର ନିଲାମିର ଇଂଲଣ୍ଡର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ୍ ସବୁଠାରୁ ଦାମି ଖେଳାଳି ଭାବେ ନିଲାମ ହୋଇଛନ୍ତି ।

ପୁଣେ ୱାରିୟର ତାଙ୍କୁ ୧୪କୋଟି ଟଙ୍କାରେ ଖରିଦ୍ କରିଛି । ସେହିଭଳି ଅଷ୍ଟ୍ରେଲିଆର ପେଟ୍ କମିଂସଙ୍କୁ ଦିଲ୍ଲୀ ୪.୫କୋଟିରେ କ୍ରୟ କରିଛି । ମିଲ୍ସଙ୍କୁ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ୧୨କୋଟିରେ ନିଲାମି ଧରିଛି । ନ୍ୟୁଜିଲାଣ୍ଡର ଟ୍ରେଂଟ ବୋଲ୍ଟଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୫କୋଟିରେ ଖରିଦ୍ କରିଛି । ତେବେ ଭାରତର ଇରଫାନ୍ ପଠାନ, ପ୍ରଜ୍ଞାନ ଓଝା, ଇଶାନ୍ତ ଶର୍ମାଙ୍କୁ କେହି କିଣି ନାହାଁନ୍ତି ।

ସୂଚନା ଅନୁଯାୟୀ ଚଳିତ ସଂସ୍କରଣରେ ଆଇପିଏଲ୍ ଟୁର୍ଣ୍ଣାମେଂଟରେ ୮ଟି ଦଳ ଭାଗ ନେବେ ଏବଂ ସମସ୍ତ ଦଳ ୧୪୩କୋଟି ୩୩ଲକ୍ଷ ଟଙ୍କା ବିନିମୟରେ ଖେଳାଳିଙ୍କୁ ନିଜ ନିଜ ଦଳରେ ସାମିଲ କରିବେ । ଚଳିତ ବର୍ଷ ୫ଅପ୍ରେଲରୁ ଆଇପିଏଲର ଦଶମ ସଂସ୍କରଣ ଖେଳ ଆରମ୍ଭ ହେବ ।