ରିଲିଜ୍ ହେଲା ହର୍ଷବର୍ଦ୍ଧନଙ୍କ ପ୍ରଥମ ଫିଲ୍ମ ‘ମିର୍ଜ୍ୟା’ର ଦ୍ୱିତୀୟ ଟ୍ରେଲର୍

50

ଆସିଲା ‘ମିର୍ଜ୍ୟା’ର ଆଉ ଏକ ଟ୍ରେଲର । ଅନିଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନ ଓ ସୟାମି ଖେରଙ୍କର ଏହା ହେଉଛି ପ୍ରଥମ ଫିଲ୍ମ । ପୂର୍ବରୁ ହିଁ ଫିଲ୍ମର ପ୍ରଥମ ଟ୍ରେଲର ଓ ଗୀତ ରିଲିଜ୍ ହୋଇସାରିଥିବା ବେଳେ ଏହାକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରିଛନ୍ତି । ଫିଲ୍ମର ନିର୍ଦେଶନା ଦେଇଛନ୍ତି ରାକେଶ ଓମପ୍ରକାଶ ମେହରା ।

‘ମିର୍ଜ୍ୟା’ରେ ହର୍ଷବର୍ଦ୍ଧନ ଓ ସୟାମିଙ୍କ ସହ ଓମ୍ ପୁରୀ, ଆର୍ତ ମଲ୍ଲିକ୍, କେକେ ରାଏନା ଓ ଅଞ୍ଜଳି ପାଟିଲଙ୍କୁ ଭାଇଟାଲ ରୋଲରେ ଦେଖିବାକୁ ମିଳିବ । ‘ମିର୍ଜ୍ୟା’ ଓ ସାହିବାଙ୍କ ପ୍ରେମ କାହାଣୀକୁ ନେଇ ତିଆରି ହୋଇଛି ଏହି ମୁଭି । ଅକ୍ଟୋବର ୭ରେ ରିଲିଜ୍ ହେବ ମିର୍ଜ୍ୟା ।