ସାମାନ୍ୟ ବଚସାରୁ ମହାଭାରତ ! ପାରିବାରିକ ଝଗଡ଼ାରୁ ନାତିକୁ ଅଜା ମାରିଲେ ତୀର ।

145

କନକ ବ୍ୟୁରୋ: ପାରିବାରିକ କଳହରୁ ତୀରରେ ନାତିକୁ ଆକ୍ରମଣ କଲେ ଅଜା । ତୀରଟି ଶୁକ୍ରା କମାର ନାମକ ଜଣେ ୨୫ ବର୍ଷିୟ ଯୁବକର ହାତରେ ପଶି ରହିଛି । ଏହି ଘଟଣାଟି ଘଟିଛି ରାଜଗାଙ୍ଗପୁର ଅଂଚଳର ଲୁଧାବସା ଗାଁରେ । ତୀର ବାହାର କରିବା ପାଇଁ ଆହତ ଶୁକ୍ରା କମାରଙ୍କୁ ରାଜଗାଙ୍ଗପୁର ସରକାରୀ ହସ୍ପିଟାଲରୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ଦାତୁମୁରା ପଡ଼ା ଲୁଧାବସା ଗ୍ରାମର ଛେଲିଆ କମାର ନିଜ ନାତି ଶୁକ୍ରା କମାରଙ୍କ ମଧ୍ୟରେ ସାମାନ୍ୟ ବଚସା ଆରମ୍ଭ ହୋଇଥିଲା । ଏପରିକି ଅଜା ଛେଲିଆ କମାର ନିଜର କ୍ରୋଧକୁ କାବୁ ନକରିପାରି ଧନୁତୀରରେ ନାତିକୁ ଆକ୍ରମଣ କରଥିଲେ । ଏବଂ ଉକ୍ତ ଧନୁ ତୀରଟି ନାତି ଶୁକ୍ରାଙ୍କ ବାମ ହାତରେ ପଶିଯାଇଥିଲା । ତେବେ ଆହତ ଶୁକ୍ରାଙ୍କୁ ରାଜଗାଙ୍ଗପୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

Comments are closed.