୧୬ ବର୍ଷୀୟ ବାଳକର ଚମତ୍କାର ! ଗୁଗୁଲ ପକ୍ଷରୁ ୧.୪ କୋଟି ଟଙ୍କାର ପ୍ୟାକେଜ୍ ଅଫର୍

58

ଚଣ୍ଡିଗଡର ଜଣେ ୧୬ ବର୍ଷୀୟ ବାଳକକୁ ଇଣ୍ଟରନେଟ୍ ସର୍ଚ୍ଚ ଇଂଜିନ୍ ଗୁଗୁଲ୍ ପକ୍ଷରୁ ୧.୪ କୋଟି ଟଙ୍କାର ପ୍ୟାକେଜ୍ ଅଫର୍ ଦିଆଯାଇଛି । ଗୁଗୁଲ୍ ପାଇଁ ଆଇକନ୍ ଡିଜାଇନ୍ କରିବାକୁ ତାଙ୍କୁ ଆମନ୍ତ୍ରଣ କରାଯାଇଛି । ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ହର୍ଷିତ୍ ଶର୍ମାଙ୍କୁ ଏଭଳି ମୋଟା ଅଙ୍କର ଅଫର୍ ଦେଇଥିବା ବେଳେ ତାଙ୍କୁ ନିଜ ଗ୍ରାଫିକ୍ ଡିଜାଇନର ଟିମରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷରେ ଏଭଳି ଅଫର ପାଇବା ପରେ ହର୍ଷିତ୍ ଖୁସିରେ ଆତ୍ମହରା ହୋଇଯାଇଛନ୍ତି । ସରକାରୀ ମଡେଲ୍ ସିନିୟର ସେକେଣ୍ଡାରୀ ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ହର୍ଷିତ୍ ଅଗଷ୍ଟରେ ଆମେରିକାର କାଲିଫର୍ଣ୍ଣିଆ ଯାତ୍ରା କରିବେ ।

ସୂଚନା ମୁତାବକ ଗୁଗୁଲ୍ ପକ୍ଷରୁ ଆସିଥିବା ଅଫରକୁ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିଲା । ସରକାରୀ ସୂତ୍ରରୁ ପ୍ରକାଶ ଯେ ଗୁଗୁଲ୍ ତାଙ୍କୁ ବର୍ଷକ ନିମନ୍ତେ ମାସିକ ୪ ଲକ୍ଷ ଟଙ୍କା ଦରମା ଦେବ । ଏହି ସମୟରେ ତାଙ୍କୁ ଗ୍ରାଫିକ୍ ଡିଜାଇନ୍ ନିମନ୍ତେ ଉନ୍ନତ ତାଲିମ୍ ପ୍ରଦାନ କରାଯିବ । ବର୍ଷ ପୂରଣ ପରେ ତାଙ୍କୁ ଜଣେ ନିୟମିତ କର୍ମଚାରୀ ଭାବେ ବିବେଚନା କରାଯିବ ଏବଂ ମାସକୁ ୧୨ ଲକ୍ଷ ଟଙ୍କା ଦରମା ଦିଆଯିବ । ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି , ଗ୍ରାଫିକ୍ ଡିଜାଇନର ଭାବେ କାମ କରିବାକୁ ଅନଲାଇନରେ ସେ ଏକ ଚାକିରି ଖୋଜୁଥିଲେ । ଏହାପରେ ସେ ଗୁଗୁଲରେ ଅନଲାଇନ୍ ଆବେଦନ କରିଥିଲେ । ପରେ ତାଙ୍କୁ ଅନଲାଇନରେ ସାକ୍ଷାତକାର ଦେବାକୁ ପଡିଥିଲା । ସାକ୍ଷାତକାର୍ ପରେ ତାଙ୍କୁ ଗୁଗୁଲ୍ ଦ୍ୱାରା ମନୋନୀତ କରାଯାଇଥିଲା ।

ହର୍ଷିତ୍ କୁହନ୍ତି , ୧୦ ବର୍ଷ ବୟସରୁ ସେ ଗ୍ରାଫିକ୍ ଡିଜାଇନିଂ ପ୍ରତି ମନ ବଳାଇଥିଲେ । ଗତବର୍ଷ ସେ ପ୍ରସ୍ତୁତ କରିଥିବା ଏକ ପୋଷ୍ଟର ଗୁଗୁଲ୍ ଦ୍ୱାରା ମନୋନୀତ ହୋଇଥିଲା ସେ ଜଣେ ମେଧାବୀ ଛାତ୍ର ବୋଲି ତାଙ୍କ ଶିକ୍ଷକମାନେ କହିଛନ୍ତି । ଏମିତି କି ଡିଜିଟାଲ୍ ଇଣ୍ଡିଆ ସ୍କିମରେ ତାଙ୍କୁ କେନ୍ଦ୍ର ସରକାର ପୁସ୍କୃତ କରିଥିବା ସେମାନେ ଜଣାଇଛନ୍ତି । (ସୈାଜନ୍ୟ- ଜି ନ୍ୟୁଜ୍ )