ରାଉରକେଲା : ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା, ଅସହାୟ ବୃଦ୍ଧାଙ୍କୁ ବଢ଼ାଇଲେ ସହାୟତାର ହାତ

25

କନକ ବ୍ୟୁରୋ : ଅନେକ ସମୟରେ ଆମ ସାମ୍ନାକୁ ଆସିଥାଏ ଆମ୍ବୁଲାନ୍ସ କର୍ମଚାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ରୋଗୀ ହଟହଟାର ଖବର । ହେଲେ ଏବେ ଆସନ୍ତୁ ଜାଣିବା ଜଣେ ନିଆରା ଆମ୍ବୁଲାନ୍ସ କର୍ମଚାରୀଙ୍କୁ । ଯେଉଁ ଆମ୍ବୁଲାନ୍ସ କର୍ମଚାରୀ ତାଙ୍କ କାର୍ଯ୍ୟ ମାଧ୍ୟମରେ ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି କିଭଳି ଏବେ ବି ବଂଚିଛି ମାନବିକତା ।

ଅନେକ ସମୟରେ ଆମ୍ବୁଲାନ୍ସ ଠିକ୍ ସମୟରେ ନପହଁଚିବାରୁ ରୋଗୀ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ସେହିଭଳି ବାଟରେ ରୋଗୀଙ୍କୁ ଛାଡିଦେବା ନେଇ ମଧ୍ୟ ଆମ୍ବୁଲାନ୍ସ କର୍ମଚାରୀଙ୍କ ନାଁରେ ରହିଛି ଅନେକ ଅପବାଦ । ହେଲେ ଏହା ଭିତରେ ଏମିତି ଏକ ଖବର ସାମନା ଆସିଛି ଯାହା ପୁଣି ଥରେ ପ୍ରମାଣିତ କରିଛି ଏବେ ବି ବଂଚିଛି ମାନବିକତା । ରାଉରକେଲାର ୧୦୮ ଆମ୍ବୁଲାନ୍ସ କର୍ମଚାରୀ ବିଦ୍ୟାଭୁଷଣ ମହାକୁଡ଼ । ଅସହାୟ ଅବସ୍ଥାରେ ପଡିଥିବା ଜଣେ ଘା’ ସାଲୁବାଲୁ ବୃଦ୍ଧାଙ୍କୁ ବଢ଼ାଇଛନ୍ତି ସହାୟତାର ହାତ ।

ଅତି ଦୟନୀୟ ଅବସ୍ଥାରେ ନୂଆଗାଁ ବ୍ଲକ ନିକଟରେ ପଡିଥିବା ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ମେଡିକାଲରେ ଭର୍ତ୍ତିର୍ କରିଛନ୍ତି ବିଦ୍ୟାଭୁଷଣ । ଆଉ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଆମ୍ବୁଲାନ୍ସ କର୍ମଚାରୀଙ୍କ ଉପରେ ଅନେକ ସମୟରେ ଲୋକଙ୍କ ଭରଷା ତୁଟି ଯାଉଥିବାବେଳେ ବିଦ୍ୟାଭୁଷଣଙ୍କ ଏଭଳି କାର୍ଯ୍ୟ ନିଶ୍ଚିତ ଭାବେ ପ୍ରଶଂସା ଯୋଗ୍ୟ ।